ଲିଙ୍ଗରାଜଙ୍କ ରଥ ନିର୍ମାଣରେ ହୋଇପାରେ ବିଭ୍ରାଟ

ଭୁବନେଶ୍ୱର (ଏଏନଏସ)୧୮/୦୩, ଏଥର ପ୍ରଭୁ ଲିଙ୍ଗରାଜଙ୍କ ରଥରେ ହୋଇପାରେ ବିଭ୍ରାଟ । ଆଉ ମାତ୍ର ୧୦ ଦିନ ରହିଲା ଅଶୋକାଷ୍ଟମୀ । ଟଣା ହେବ ରୁକୁଣା ରଥ । ଦୋଳ ପୂର୍ଣ୍ଣିମା ୮ ଦିନ ପୂର୍ବରୁ ଆରମ୍ଭ ହେବା କଥା ରଥ କାମ । ଦୋଳବେଦୀକୁ ଠାକୁର ଗଲା ବେଳେ ରଥ ଦେଖିକି ଯିବା କଥା । ହେଲେ ଏବେ ଯାଏଁ ପହଞ୍ଚିପାରୁନି ରଥକାଠ । ରଥର ଚାରିଚକ ତିଆରି ହୋଇସାରିଥିଲେ ବି ଏବେ ଯାଏଁ ଅଖ କାଠ ଆସି ପହଞ୍ଚି ପାରୁନି । ରଥଖଳାରେ ପ୍ରାୟ ୬୫ଜଣ କାରିଗର ଲାଗିଛନ୍ତି । ଗାଁ ମହାରଣା ୧୫ ଜଣ । ପାଳିଆ ୫ଜଣ ଓ ମୁଖ୍ୟ ମିସ୍ତ୍ରୀ ଜଣେ । ଅଖ କାଠ ଦୁଇଟି ତେନ୍ତୁଳି କାଠରେ ପ୍ରସ୍ତୁତ ହୁଏ । ଯାହାକି ଦଶପଲ୍ଲା, ଖଣ୍ଡପଡ଼ା ପାଖରୁ ଆସେ । କିନ୍ତୁ ଏବେ ପର୍ଯ୍ୟନ୍ତ କାଠ ପହଞ୍ଚିି ନଥିବାରୁ କର୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ମହାରଣା ସେବାୟତ ଓ ମୁଖ୍ୟ ମିସ୍ତ୍ରୀ ।

Leave A Reply

Your email address will not be published.