ଭୁବନେଶ୍ୱର(ଏଏନଏସ)୧୨/୧୦, ମାୟାବିନୀ ଅର୍ଚ୍ଚନାର କୁହୁକ ପେଡି ଆସ୍ତେ ଆସ୍ତେ ଖୋଲୁଥିବା ବେଳେ ଏଥିରୁ ବାହାରୁଛନ୍ତି ଗୋଟିଏ ପରେ ଗୋଟିଏ ପ୍ରଭାବଶାଳୀ ବ୍ୟକ୍ତି । ଯାହାକୁ ନେଇ ତଦନ୍ତକାରୀ ଅଧିକାରୀ ଓ ରାଜ୍ୟ ପୋଲିସ ବିଭାଗ ହରଡ ଘଣାରେ ପଡିଛି । ତଦନ୍ତ କେଉଁଠାରୁ ଆରମ୍ଭ ହୋଇ କେଉଁଠି ସରିବ ତାହା ମଧ୍ୟ ଅନିଶ୍ଚିତ ହୋଇପଡିଲାଣି । ରେଲୱେର ଡି.ଏମ୍ଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଏଥିରେ ସଂଶ୍ଲିଷ୍ଟ ଥିବା ଆଲୋଚନା ହେଉଥିôବା ବେଳେ ପୋଲିସ ପାଟି ଖୋଲୁନାର୍ହି ।

ଏପରିକି ଯେଉଁ ଏତଲାବଳରେ ଅର୍ଚ୍ଚନାଙ୍କୁ ଜେଲ ପଠାଯାଇଛି ସେହି ଥାନାର ଭାରାପ୍ରାପ୍ତ ଅଧିକାରୀଙ୍କର ପତ୍ତା ମିଳୁନାହିଁ । କୁହାଯାଉଛି ଖଣ୍ଡଗିରି ଥାନା ଆଇ ଆଇ ସି ଙ୍କୁ ଛୁଟିରେ ଯିବା ପାଇଁ ଉପରୁ ନିର୍ଦ୍ଦେଶ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନା ମୁତାବକ ରାଜ୍ୟର ପ୍ରାୟ ସବୁଦଳର ରାଜନେତା ମାନେ ବିଷ କନ୍ୟାର ହାବୁଡରେ ପଡି ସାରିଥିବା ବେଳେ ପୁର୍ବତନ ବାଚସ୍ପତି ସୂଯ୍ୟାନାରାୟଣ ପାତ୍ର , ପୂର୍ବତନ ସାଂସଦ ତଥା ଶିଳ୍ପପତି ତଥା ମେ’ଫେୟାର ହୋଟେଲ ମାଲିକ ଦିଳ୍ଲୀପ ରାୟ, ସାଂସଦ ଜୁଏଲ ଓରାମ, ବିଜେପିର ପୂର୍ବତନ ମନ୍ତ୍ରୀ ତଥା ହେଭି ୱେଟ ନେତା କେ.ଭି. ସିଂ, ରାଜ୍ୟ ମନ୍ତ୍ରୀମଣ୍ଡଳର ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଫଟୋ ଅଚ୍ଚ୍ର୍ନା ସହ ଥିବାର ସ।।ମଜିକ ଗଣ ମାଧ୍ୟମରେ ଘୁରି ବୁଲୁଥିବା ବେଳେ ଏମାନଙ୍କ ମଧ୍ୟରୁ କେହି ମଧ୍ୟ ଏ ସଂପର୍କରେ ପାଟି ଫିଟାଇବାକୁ ଉଚିତ ମଣୁ ନାହାନ୍ତି । ନା ଅର୍ଚ୍ଚନାଙ୍କ ସହ ଥିବା ଏ ଫଟୋକୁ ଅସ୍ୱୀକାର କରୁଛନ୍ତି କି ଅର୍ଚ୍ଚନାର ସଂପର୍କକୁ ବି ଅସ୍ୱୀକାର କରୁନାହାନ୍ତି । ଓଡିଆରେ ଥିବା ଏକ ପ୍ରବାଦ ଅନୁସାରେ ‘ମୌନେ ସମ୍ମତ ଲକ୍ଷଣ’ । ଏହି ବିଷୟରେ ନୀରବ ରହିବା ଅର୍ଥ ସମସ୍ତ ଘଟଣାବଳୀକୁ ସ୍ୱୀକାର କରିବା ସହ ସମାନ । ଯଦି ଏହି ବ୍ୟକ୍ତମାନେ ଅର୍ଚ୍ଚନାଙ୍କ ସଂପର୍କରେ ନଥିଲେ ତେବେ ସେମାନେ ଆଗକୁ ଆସି ତଦନ୍ତକାରୀ ଅଧିକାରୀଙ୍କ ସହ ହାତ ମିଳାଇବାର ଆବଶ୍ୟକତା ରହିଛି ।

ଅର୍ଚ୍ଚନା ଗିରଫ ହେବା ପରଠାରୁ ତାଙ୍କ ସ୍ୱାମୀ ଜଗବନ୍ଧୁ ଫେରାର ହୋଇଛନ୍ତି ନା ତାଙ୍କୁୁ ଜାଣିଶୁଣି ଫେରାର କରାଯାଇଛି ତାହା ହିଁ ପ୍ରଶ୍ନବାଚୀ ? କଳାହାଣ୍ଡି ଜିଳ୍ଲାରୁ ଆରମ୍ଭ ହୋଇଥିବା ଏହି କାହାଣୀ ଖୋର୍ଦ୍ଧା ଜିଲ୍ଲ୍ଲାରେ ସୀମିତ ରହିବ ନା ଅନ୍ୟ ଜିଲ୍ଲାକୁ ବି ବ୍ୟାପିବ ତାହା ସମୟ କହିବ । ଯେଉଁଠି ଅର୍ଚ୍ଚନାଙ୍କ ଗୋଟିଏ ବାର୍ତ୍ତାରେ ୧୩ରୁ ଉର୍ଦ୍ଧ ଓକିଲ ତାଙ୍କ ପାଇଁ ଓକିଲାତି କରିବାକୁ ବାହାରି ପଡିଲେ ତାହାହିଁ କୌତୁହଳର ବିଷୟ । ତେବେ ସ୍ୱତଃ ପ୍ରଶ୍ନ ଉଠେ ଏହି ୍କାହାଣୀର ପରିସମାପ୍ତି ହେବ ନା ରାଜ୍ୟର ଅନ୍ୟ ଘଟଣା ପରି ଏହାକୁ ମଧ୍ୟ ଚପାଇ ଦିଆଯିବ ।