You are currently viewing ମିଳୁନି ରହସ୍ୟମୟ ମେମୋରି ଚିପ୍‌

ମିଳୁନି ରହସ୍ୟମୟ ମେମୋରି ଚିପ୍‌

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ବ୍ୟୁରୋ)୦୫/୦୪, କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ମୃତ୍ୟୁ ମାମଲାର କ୍ଷୟ ଖୋଜୁଛି କ୍ରାଇମବ୍ରାଞ୍ଚ ପୋଲିସ ; ମାତ୍ର ଯେଉଁଥିପାଇଁ ମାନସଙ୍କ ଜୀବନ ଗଲା ସେହି ରହସ୍ୟମୟ ମେମୋରି ଚିପର ଏଯାବତ ସୁରାକ ପାଇନାହିଁ ପୋଲିସ । ଗତକାଲି ମୃତ ମାନସଙ୍କ ରଣପୁର ନିକଟସ୍ଥ ଘରକୁ ସର୍ଚ୍ଚ କରାଯାଇଥିବା ବେଳେ ମେମୋରିଚିପ ସଂପର୍କିତ କୌଣସି ତଥ୍ୟ ପୋଲିସର ହସ୍ତଗତ ହୋଇପାରିନଥିଲା । ଅନ୍ୟପଟେ ମାସନଙ୍କ ଅର୍ଦ୍ଧଦଗ୍ଧ ଚପଲ ଓ ୟୋର ଫୋନକୁ ଚିହ୍ନଟ କରିଥିଲେ ମୃତ ମାନସଙ୍କ ସ୍ତ୍ରୀ ଓ ପରିବାର ଲୋକ ।

ମେମୋରି ଚିପରୁୁ କିଛି ଆପତ୍ତିଜନକ ଫଟୋ କାଢିସାରିବା ପରେ ମେମୋରି ଚିପଟି ମାନସ ତାଙ୍କ ପାଖରେ ରଖିଥିବା ତଦନ୍ତ ବେଳେ ଜଣା ପଡିଥିଲେ ମଧ୍ୟ ତାହାର ପତ୍ତା ମିଳିପାରୁ ନାହିଁ । ଏଠାରେ ପ୍ରଶ୍ନ ଉଠୁଛି ଯେଉଁଥିପାଇଁ ମାନସଙ୍କ ମୃତ୍ୟୁ ହୋଇଛି ତା’ର ସୁରାକ ପୋଲିସ ପାଇ ପାରିବ କି ନାହିଁ । ମାନସ ମୃତ୍ୟୁ ମାମଲାରେ କୌଣସି ଚାକ୍ଷୁସ ପ୍ରମାଣ ନଥିବା ବେଳେ ପାରି ପାଶ୍ୱିର୍କ ଅବସ୍ଥାକୁ ନେଇ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରେ ବିଚାର ହେଲାବେଳେ କିଭଳି ଯୁକ୍ତି ଉପସ୍ଥାପନ କରିବ ପୋଲିସ ତାହା ହିଁ ବଡ ପ୍ରଶ୍ନ ବାଚୀ । ତେବେ ଦେଖିବାକୁ ବାକି ରହିଲା ରାଜ୍ୟରେ ହେଉଥିବା ଅନ୍ୟ ମାମଲା ପରି ମୃତ ମାନସଙ୍କ ପରିବାର ନ୍ୟାୟ ପାଇବେ ନା ଅଭିଯୁକ୍ତ ମାନେ ଆଇନର ଗଳା ବାଟରେ ଖସିଯିବେ ତାହା ହିଁ ସମୟ କହିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।