You are currently viewing ଦୀର୍ଘ ଦିନ ଧରି କ୍ଷମତାର ଦୁରୁପଯୋଗ କରୁଥିବା ନେଇ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ବର୍ଷିଲେ ବିଧାୟକ ରମେଶ ଜେନା

ଦୀର୍ଘ ଦିନ ଧରି କ୍ଷମତାର ଦୁରୁପଯୋଗ କରୁଥିବା ନେଇ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ବର୍ଷିଲେ ବିଧାୟକ ରମେଶ ଜେନା

  • Post category:ଓଡିଶା
  • Reading time:1 mins read

ବ୍ରହ୍ମପୁର: ର୍ ୧୬ ବର୍ଷ ଧରି କ୍ଷମତାର ଅପବ୍ୟବହାର କରି ବ୍ୟାପକ ଅର୍ଥ ଠୁଳ କରିଛନ୍ତି ଗୋପାଳପୂରର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଟାଟା ମୋଟର୍ସ ଠକେଇ ମାମଲାରେ ଜେଲ ଯିବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଗୋଟିଏ ପରେ ଆଉ ଗୋଟିଏ ଅଭିଯୋଗ ବଢ଼ିବାରେ ଲାଗିଛି । ଏସବୁକୁ ନେଇ ଗଞ୍ଜାମ ଜିଲ୍ଲା ସଭାପତି ତଥା ସାନ ଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ବ୍ରହ୍ମପୁର ସହର ନିକଟ କୁକୁଡାଖର୍ଡିଠାରେ ଏକ ସାମ୍ବାଦିକ ସମ୍ମିଳନି କରି ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ବର୍ଷିଛନ୍ତି ।
ଋମେଶ ଜେନା ସମ୍ମିଳନୀରେ କହିଛନ୍ତି ଯେ, ୨୦୦୪ ମସିହାଠାରୁ ୨୦୨୦ ପର୍ଯ୍ୟନ୍ତ ନିଜ କ୍ଷମତାର ଅପବ୍ୟବହାର କରି ରାଜୁତି ଚଳାଇଥିଲେ । ମାଫିସଆ ମାନଙ୍କ ସହ ରହିଥିଲା ତାଙ୍କର ସୁସମ୍ପର୍କ । ପ୍ରତି ମାସରେ ମାଫିଆମାନଙ୍କଠାରୁ ଆସୁଥିଲା । ପ୍ରାୟ ୯୦ ରୁ ୧ କୋଟି ଟଙ୍କାର ବଟି । କିନ୍ତୁ ଏବେ ତାଙ୍କର କଳାକାରନାମା ସର୍ବସମ୍ମୁଖରେ ଧରାପଡିଛି । ପ୍ରଦୀପଙ୍କ ସମେତ ୩ ଜଣଙ୍କ ଭାଗିଦାରୀରେ ଉତ୍ତରାଖଣ୍ଡ ରେ ଏକ ପାୱାର ପ୍ଲାଣ୍ଟ ରହିଥିବା ଜାଣିବାକୁ ପାଇଲୁ । ସରକାର ଏହାର ତଦନ୍ତ କରନ୍ତୁ ବୋଲି ସେ ମଧ୍ୟ କହିଛନ୍ତି । ପ୍ରଦୀପଙ୍କ ଏହି ଦୁର୍ନୀତିରେ ଜିଲ୍ଲାର କିଛି ବିଜେଡି ବିଧାୟକ ଏବଂ ବ୍ଲକ ଅଧ୍ୟକ୍ଷଙ୍କ ସଂପୃକ୍ତି ରହିଛି । ଏହାର ଭଲଭାବେ ତଦନ୍ତ ହେଉ ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ, ମହିଳା ଜିଲ୍ଲା କଂଗ୍ରେସ ସଭାପତି ସ୍ୱରୂପା ତ୍ରିପାଠୀ, ଗୋପାଳପୁର ନିର୍ବାଚନ ମଣ୍ଡଳୀର ଏସ ଧର୍ମରାଜୁ ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।