You are currently viewing ଓଡ଼ିଶାକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ : କେନ୍ଦୁଝରରୁ ୪ ଥର ବିଧାୟକ ହୋଇଛନ୍ତି ମୋହନ ମାଝୀ

ଓଡ଼ିଶାକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ : କେନ୍ଦୁଝରରୁ ୪ ଥର ବିଧାୟକ ହୋଇଛନ୍ତି ମୋହନ ମାଝୀ

ଏଏନଏସ : ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ନୂଆ ମୁହଁ ।ରାଜ୍ୟ ବିଜେପିର ଜଣେ ଆଦିବାସୀ ଚେହେରା ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ।ସବୁ କଳ୍ପନା ଜଳ୍ପନାର ଅନ୍ତଃ ଘଟାଇ ଶେଷରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ ।ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବୈଠକ ପରେ ରାଜନାଥ ସିଂ ଘୋଷଣା କରିଛନ୍ତି ।କେନ୍ଦୁଝରରୁ 4ଥର ବିଧାନସଭା ଆସନ ଲଢ଼ି ନିର୍ବାଚିତ ହୋଇଥିଲେ ମୋହନ ମାଝୀ ।ଚଳିତ ନିର୍ବାଚନରେ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ି 87,815 ଖଣ୍ଡ ଭୋଟ ପାଇ 11,577ଖଣ୍ଡ ଭୋଟ ରେ ଜିତିଥିଲେ।

ସେପଟେ ବିଜେପି ବିଧାୟକ ଦଳ ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ନାମ ମଧ୍ୟ ଘୋଷଣା କରାଯାଇଛି । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ହେବେ କେଭି ସିଂହଦେଓ ଓ ପ୍ରଭାତୀ ପରିଡା।

ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ପରେ ମୋହନ ମାଝୀ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି , ମହାପ୍ରଭୁଙ୍କ ଆଶୀର୍ବାଦରେ ଓଡିଶାରେ ବିଜେପି ସରକାର ଗଠନ କରିଛି । ରାଜ୍ୟକୁ ଏକ ନମ୍ବର କରିବାକୁ ପ୍ରୟାସ କରାଯିବ । ଓଡିଶାର ସାଢେ ୪ କୋଟି ଜନତା ଆମ ଉପରେ ଭରସା କରିଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ମୋହନ ।

ଅନ୍ୟମାନଙ୍କୁ ଜଣାନ୍ତୁ।