ଭୁବନେଶ୍ୱର(ଏଏନଏସ)୦୯/୦୪, ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳ ଭିଜିଲାନ୍ସ ଦ୍ବାରା ଗିରଫ ଘଟଣା । ଆଜି ପୁଣି ଜବତ ହେଲା ନଗଦ ୧ କୋଟି ୪୦ ଲକ୍ଷ ଟଙ୍କା । କାର୍ତ୍ତିଶ୍ବରଙ୍କ ଦ୍ବିତୀୟ ପତ୍ନୀ କଳ୍ପନାଙ୍କ ଭଉଣୀଙ୍କ ଘରୁ କୋଟି କୋଟି ଟଙ୍କା ଜବତ ହୋଇଛି । ସାଲିଆସାହି ସ୍ଥିତ ଘରୁ ଟଙ୍କା ଜବତ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ । ଭିଜିଲାନ୍ସ ଅଫିସରେ ୩ ଜଣଙ୍କୁ ଅଟକ ରଖି ଜେରା ଚାଲିଛି । କାର୍ତ୍ତିକେଶ୍ୱରଙ୍କ ଦ୍ୱିତୀୟ ପତ୍ନୀ, ଶାଳୀ ଓ ପୁତୁରାଙ୍କୁ ଅଟକ ରଖି ଜେରା ଚାଲିଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ସହକାରୀ ଯନ୍ତ୍ରୀଙ୍କର ମୋଟ୍ ୩ କୋଟି ୪୧ ଲକ୍ଷ ୬୬ ହଜାର ଟଙ୍କା ଜବତ କରାଯାଇଛି । ଏହାସହ ପ୍ରାୟ ୩୫୪ ଗ୍ରାମ୍ ସୁନା ମଧ୍ୟ ଜବତ କରିଛି ଭିଜିଲାନ୍ସ । ପୋଖରିପୁଟରେ ୭୮ ଲକ୍ଷ ୫୦ ହଜାର ଟଙ୍କାର ଏକ ପ୍ରପର୍ଟି କିଣିଥିବା ସୂଚନା ଦେଇଛି ଭିଜିଲାନ୍ସ ।
ଜାଣନ୍ତୁ ଜନ୍ମାଷ୍ଟମୀ ବ୍ରତର ମହତ୍ତ୍ଵବିବାହ ପାଇଁ ଟ୍ରାକ୍ଟରରେ ଆସିଲା ବରଅଧିକା ପାଣି ପିଇବା ମଧ୍ଯ ହୋଇପାରେ ସମସ୍ୟାଭତ୍ତାନେଇ ଫେରୁଥିବାବେଳେ ଚାଳିଗଲା ଜୀବନଆସୁଛି ଆଉ ଏକ ଲଘୁଚାପମୁଣ୍ଡଳୀରେ ଵିପଦ ସଙ୍କେତ ଉପରେ ମହାନଦୀପରିବା ଦର ଆକାଶଛୁଆଁପରିକ୍ରମା ପକ୍ଷରୁ ବର୍ଷା କବିତା ଆସରପରିକ୍ରମା ତରଫରୁ ମେଧା ସମ୍ବର୍ଦ୍ଧନା ସମାରୋହମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା