You are currently viewing ମେଲାଣି ନେଲେ ମା’

ମେଲାଣି ନେଲେ ମା’

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(୬.୧୦.୨୨) : ଧରାପୃଷ୍ଟରୁ ମେଲାଣ ନେଉଛନ୍ତି ମା’ ଦୁର୍ଗା । ଲଗାଣା ବର୍ଷା ପରେ ମଧ୍ୟ ଟୁଇନ ସିଟିରେ ବ୍ୟାପକ ଲାଇଟ ବ୍ୟବସ୍ଥା କରାଯାଇଛି । କଟକରେ ଭସାଣ ଉତ୍ସବ ଲାଗି ମହାନଦୀ ପଠାରେ ୩ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ଭିଡ଼ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ସହରରେ ୫୫ ପ୍ଲାଟୁନ୍ ପୁଲିସ ମୁତୟନ ହୋଇଛନ୍ତି। ସହରର ବିଭିନ୍ନ ସ୍ଥାନରେ ୩ ଶହଟି ସିସିଟିଭି କ୍ୟାମେରା ଲଗାଯାଇଛି। କଟକ ଦେବୀଗଡ଼ାରେ ୧୭୨ଟି ମେଢ଼ ବିସର୍ଜନ କରାଯିବ। କରୋନା କଟକଣା ହଟିବା ପରେ ବେଶ ଜାକଜମକର ସହ ଏଥର ଭସାଣ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି।  ସେପଟେ ଉତ୍ସବ ପାଳନ ବେଳେ ସ୍ଥାନୀୟ ସବୁ ଦଳର ନେତାମାନଙ୍କୁ ଗୋଟିଏ ଭସାଣି ଶୋଭାଯାତ୍ରାରେ ଦେଖିବାକୁ ମିଳୁଛି। ଦଳ କନ୍ଦଳ ଓ ରାଜନୀତିକୁ ଆଡ଼ କରି ନେତାଏ ଭସାଣି ଉତ୍ସବରେ ମଉଜ କରୁଥିବା ଲକ୍ଷ୍ୟ କରାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।