ଅଜଣା ଜନ୍ତୁ ଆକ୍ରମଣରେ ଏକାଧିକ ଛେଳି ମୃତ

ଦେବଗଡ଼, ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ତଥା ବାରକୋଟ ବନାଞ୍ଚଳର ଚକଡିହି ଗ୍ରାମରେ ଖେଳିଯାଇଛି ଅଜଣା ଜନ୍ତୁ ଆତଙ୍କ । ଏହି ଜନ୍ତୁ ଆତଙ୍କରେ ଏକାଧିକ ଛେଳିର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ବାରକୋଟ ବ୍ଲକ ଅନ୍ତର୍ଗତ ଚକଡିହି ଗ୍ରାମର ମୁଣ୍ଡା ସାହି ଗ୍ରାମର ଛେଳିଚରାଳି ଛେଳି ଚରାଇ ଫେରୁଥିଲେ । ହଠାତ୍ ଏକ ଅଜଣା ଜନ୍ତୁର ଭୟଙ୍କର ଶଦ୍ଦ ଶୁଣିବାକୁ ପାଇ ଛେଳିଚରାଳି ଭୟରେ ଘରକୁ ପଳାଇ ଯାଇଥିଲେ । ପୁଣି ପରଦିନ ସକାଳେ ଛେଳି ଚରାଳିମାନେ ଜଙ୍ଗଲ ମଧ୍ୟକୁ ଖୋଜାଖୋଜି କରିବାକୁ ଏକାଧିକ ଛେଳି ମରିପଡିଥିବାର ଦେଖିଥିଲେ । ଆଉ କିଛି ଛେଳି ନିଖୋଜ ଥିବାର ଜଣାପଡିଛି । ତେବେ ଏ ସମ୍ପର୍କରେ ସୂଚନା ପାଇ ବାରକୋଟ ବନ୍ୟ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁସନ୍ଧାନ କରିଥିଲେ । ତେବେ ସେହି ସ୍ଥାନକୂୁ ଅଜଣା ଜନ୍ତୁ କିପରି ଆସିଲେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Leave A Reply

Your email address will not be published.