You are currently viewing ମାଂସ ପାଇଁ ହତ୍ୟାକାଣ୍ଡ

ମାଂସ ପାଇଁ ହତ୍ୟାକାଣ୍ଡ

  • Post category:ଓଡିଶା
  • Reading time:1 mins read

ରାଉଲକେଲା, ବାକିଥିବା ମାଂସ ଟଙ୍କା ପାଇଁ ହତ୍ୟାକାଣ୍ଡ, ଏ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଉଲକେଲା ତିଲକନଗରରେ । ବାକି ଥିବା କିଛି ମାଂସ ଟଙ୍କା ପାଇଁ ବାଡେଇ ବାଡେଇ ମାରିଲା ମାଂସ ବେପାରୀ । ମୃତକ ଜଣକ ହେଲେ ରାଉଲକେଲା ଷ୍ଟିଲ ପ୍ଲାଣ୍ଟର କର୍ମଚାରୀ ପଦ୍ମଲୋଚନ ପୂର୍ତ୍ତି ।

ସୂଚନା ଅନୁସାରେ, ପଦ୍ମଲୋଚନ ମାଂସ ବେପାରୀ ଦେବାଶିଷସାହୁଙ୍କ ଠାରୁ କିଛି ଟଙ୍କା ଦେଇ ମାଂସ କିଣିଥିଲେ । ତେବେ କିଛି ଟଙ୍କା ବାକି ରହିଯାଇଥିଲା । ଶୁକ୍ରବାର ଟଙ୍କା ମାଗିବାକୁ। ଦେବାଶିଷ ପଦ୍ମଲୋଚନଙ୍କ ଘରକୁ ଯାଇଥିଲା ଓ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଯାଇଥିଲା । ପରେ ମାଂସ ବେପାରୀ ଜଣକ ରାଗିଯାଇ ପଦ୍ମଲୋଚନଙ୍କୁ ଘରକୁ ଟାଣି ଆଣି ଏକ ଖୁଣ୍ଟିରେ ବାନ୍ଧି ମାଡ ମାରିଥିଲେ । ଆହତ ଅଵସ୍ଥାରେ ପଦ୍ମଲୋଚନ ଘରେ ଚିକିତ୍ସିତ ହେଉଥିଲେ । ତେବେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି । ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତଲା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।