ପୁରୀ/ ପିପିଲ(ଏଏନଏସ)୧୪/୦୫, କିଛିଦିନ ବ୍ୟବଧାନରେ ପୁରୀ ଜିଲ୍ଲାରେ ପୁଣି ଥରେ ସକ୍ରିୟ ହୋଇ ଉଠିଛନ୍ତି ଲୁଟେରା । ଗୁରୁବାର ବିଳମ୍ବିତ ରାତିରେ ପୁରୀ ଜିଲ୍ଲାର ପିପିଲି ଥାନା ସଁ ପୁର ପଞ୍ଚାୟତ ରାଜତେଇ ଗାଁର ଆରାଧ୍ୟ ଠାକୁର ଶ୍ରୀସିଦ୍ଧେଶ୍ବର ଦେବଙ୍କ ମନ୍ଦିରରୁ ବିଭିନ୍ନ ଠାକୁର ଙ୍କର ୧୦ଟି ମୂର୍ତ୍ତି ଚୋରି କରିଛନ୍ତି। ଏ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇ ଥିବାବେଳେ ଗୋଟିଏ ମନ୍ଦିରରୁ ଏକାଥରକେ ଏତେ ସଂଖ୍ୟକ ମୂର୍ତ୍ତି ଚୋରି ହେବା ଜିଲ୍ଲାର ପ୍ରଥମ ଘଟଣା ବୋଲି କୁହାଯାଉଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ର ଚିତ୍ର ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁସାରେ ଗୁରୁବାର ମନ୍ଦିରର ସେବକ ନିରଞ୍ଜନ ଓ ବନମାଳି ନାୟକ ଠାକୁରଙ୍କର ପୂଜା ଆଦି ନିତ୍ୟକର୍ମ ସାରି ମନ୍ଦିରରେ ଚାବି ପକାଇ ଘରକୁ ଫେରିଥିଲେ। ଆଜି ସକାଳ ପ୍ରାୟ ୬ଟାରେ ମନ୍ଦିରର ମୁଖ୍ୟ ସେବକ ବନମାଳି ନାୟକ ଠାକୁରଙ୍କର ନୀତି ନିମନ୍ତେ ମନ୍ଦିରକୁ ଯିବା ପରେ ମୁଖ୍ୟ ଦ୍ବାର ସମେତ ସମସ୍ତ ଦ୍ବାର ତାଲା ଭଙ୍ଗା ଯାଇ ଖୋଲାଥିବା ଦେଖିବାକୁ ପାଇଥିଲେ। ସେ ଅନ୍ୟାନ୍ୟ ସେବକ ଓ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ମନ୍ଦିରର ପ୍ରାଚୀନ ଅଷ୍ଟଧାତୁ ନିର୍ମିତ ଶ୍ରୀରାଧାକୃଷ୍ଣ ମୂର୍ତ୍ତି, ମା’ ବନଦୁର୍ଗା, ମା’ ଦୁର୍ଗା, ଶ୍ରୀଚନ୍ଦ୍ରଶେଖର ଆଦି ପ୍ରାୟ ଅଢ଼େଇ ଲକ୍ଷ ଟଙ୍କର ୧୦ଟି ମୂର୍ତ୍ତି ଦୁର୍ବୃତ୍ତମାନେ ଚୋରି କରି ନେଇଯାଇଥିବା ଦେଖି ଗ୍ରାମବାସୀ ପିପିଲି ଥାନାରେ ଅଭିଯୋଗ କରିଛନ୍ତି। ଚୋରି ଯାଇଥିବା ମୂର୍ତ୍ତିଗୁଡ଼ିକର ଆନୁମାନିକ ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କା ହେବ ବୋଲି ଗ୍ରାମବାସୀ କହଥିଵା ର ସୂଚନା ରହିଛି।
ଚାକିରି ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହିସବୁ ଉପାୟଏମାର ମଠ ପରିସରରୁ ବାହାରିଲା ଭଗ୍ନ ମୂର୍ତ୍ତିଦୁର୍ଘଟଣା ପରେ ଟ୍ରକରେ ଫସିଥିଲେ ଡ଼୍ରାଇଭରରାସ୍ତା କଡରେ ମୃତଦେହନବ ନିର୍ମିତ ଶିବ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋସ୍ଚବ ପାଳିତକେନ୍ଦ୍ରମନ୍ତ୍ରୀ ଙ୍କ ଉପରେ ଛାତ୍ର କଂଗ୍ରେସର କାଳି ମାଡ଼ପୁଣି ଆସୁଛି କାଳବୈଶାଖୀଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ ଟିମ୍ଚଳଚଞ୍ଚଳ ରଥ ଖଳା, ମା’ ଚର୍ଚ୍ଚିକାଙ୍କ ନିକଟରେ ସିଂଗଡା ବାଡ଼ିଆ କାର୍ଯ୍ୟ ଆରମ୍ଭସରପଞ୍ଚଙ୍କୁ ଜିଆରଏସଙ୍କ ମାଡ଼ ମାରିବା ଅଭିଯୋଗରେ ଥାନରେ ଏତାଲା