ନାଚିବାକୁ ମନାକରିବାରୁ ମାରିଦେଲେ

ବରଗଡ(ଏଏନଏସ)୧୩/୦୫, ମଣିଷ ଯେ କେତେ ନିଚ୍ଚ ସ୍ତରକୁ ଚାଲିଯାଇପାରେ ତା’ର ଏକ ସଦ୍ୟ ଘଟଣା ହେଉଛି ବରଗଡ ଜିଲ୍ଲା ମେଳ୍‌ଛାମୁଣ୍ଡା ସାଲେପାଲିର ଘଟଣା । ବରଯାତ୍ରୀ ସହ ନାଚିବାକୁ ମନାକରିବାରୁ ଜନୈକ ମହିଳାଙ୍କୁ ଜୀବନରୁ ମାରିଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ ଗତକାଲି ରାତିରେ ମେଳ୍‌ଛାମୁଣ୍ଡା ଥାନା ସାଲେପାଲି ଅଞ୍ଚଳରେ ଘଟିଛି ଏଭଳି ନୃଶଂସ ହତ୍ୟାକାଣ୍ଡ । ସୂଚନା ଯୋଗ୍ୟ ଯେ ବରଯାତ୍ରୀଙ୍କ ସହ ନାଚିବାକୁ ମନାକରିବାରୁ ସଂପୃକ୍ତ ଗ୍ରାମର ଦୁଇ ଜଣ ଲୋକ ହଠାତ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ ।
ଆକ୍ରମଣରେ ଗୁରୁତର ଆହାତ କନ୍ୟାଙ୍କ ମା’ଙ୍କୁ ଚିକିତ୍ସା ପାଇଁ ବରଗଡ ଜିଳ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.

eighteen − 8 =