You are currently viewing ନାଗଚାନ୍ଦଙ୍କୁ ମୁହାଁମୁହିଁ ଜେରା

ନାଗଚାନ୍ଦଙ୍କୁ ମୁହାଁମୁହିଁ ଜେରା

  • Post category:ଓଡିଶା
  • Reading time:1 mins read


ଭୁବନେଶ୍ୱର(ଏଏନଏସ)୧୫/୧୨, ଚାଲିଛି ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଜେରା । ସ୍ୱାମୀ ସ୍ତ୍ରୀଙ୍କୁ ମୁହାଁମୁହିଁ ଜେରା କରୁଛି ଇଡି । ଆର୍ଥିକ କାରବାର ଦିଗକୁ ନେଇ ମାରାଥନ ଜେରା କରୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ପ୍ରଥମେ ଅଲଗା ଅଲଗା ଜେରା କରିବା ପରେ ଗୋଟିଏ ରୁମ୍‌ରେ ଏକାଠି ବସାଇ ଜେରା କରିଥିଲେ ଇଡି ଅଧିକାରୀ । ଇଡିର ଅଧିକାରୀମାନେ ନାଗ-ଚାନ୍ଦ ଦମ୍ପତିଙ୍କୁ ମାରାଥନ ଜେରା କରିଛନ୍ତି । କିଛି ତଥ୍ୟର ତାଳମେଳ ରହୁନଥିବା ସୂଚନା ମିଳିଛି । ଜେରା ବେଳେ ଇଡିକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା କୁହାଯାଉଛି । ପ୍ରବର୍ତନ ନିର୍ଦ୍ଦେଶାଳୟ ଅର୍ଚ୍ଚନାଙ୍କୁ ୬ ଦିନ ଓ ଜଗବନ୍ଧୁଙ୍କୁ ୯ ଦିନ ରିମାଣ୍ଡରେ ନେଇଛି । ଗତକାଲି ଇଡିରେ ହାଜର ବେଳେ ଗଣମାଧ୍ୟମ ଆଗରେ ମୁହଁ ଖୋଲିନଥିଲେ ଜଗବନ୍ଧୁ । ଆବଶ୍ୟକ ହେଲେ ଇଡି ଖଗେଶ୍ୱରଙ୍କୁ ବି ରିମାଣ୍ଡରେ ଆଣିପାରେ । ଏପରିକି ମାମଲାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଡାକି ଦମ୍ପତିଙ୍କ ସହ ମୁହାଁମୁହିଁ ଜେରା କରିପାରେ ଇଡି ।

ଅନ୍ୟମାନଙ୍କୁ ଜଣାନ୍ତୁ।