You are currently viewing ନାଟମଣ୍ଡପ ଉପରେ ଚଢିଗଲେ ଯୁବକ

ନାଟମଣ୍ଡପ ଉପରେ ଚଢିଗଲେ ଯୁବକ

  • Post category:ଓଡିଶା
  • Reading time:1 mins read

ପୁରୀ (ଏ ଏନ୍ ଏସ)୧୪/୦୮, ଶ୍ରୀମନ୍ଦିର ନାଟମଣ୍ଡପ ଉପରେ ଚଢିଗଲେ ଯୁବକ, ଉଦ୍ଧାର କଲା ପୋଲିସ
ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ଉପରେ ଚଢିଗଲେ ପୁଣି ଜଣେ ଯୁବକ। ଚୂନରା ସେବାୟତଙ୍କ ନଜର ପଡିବା ପରେ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରାଯାଇଛି । ଉକ୍ତ ବ୍ୟକ୍ତି ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରାଯାଉଛି।
ତେବେ ଯୁବକ ଜଣଙ୍କ କେଉଁ କାରଣରୁ ଶ୍ରୀମନ୍ଦିର ନାଟମଣ୍ଡପ ଉପରେ ଚଢିଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ପୋଲିସ ଏନେଇ ଅଧିକ ଖୋଲତାଡ଼ କରୁଛି । ନାଟମଣ୍ଡପ ଉପରେ ଚଢିଥିବା ବ୍ୟକ୍ତି ଜଣକ ବ୍ରହ୍ମପୁର ଅଞ୍ଚଳର ଜିତୁ ଗୌଡ ବୋଲି ଜଣାପଡ଼ିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।