ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ଶେଷକୃତ୍ୟ

କଟକ, କଟକ କାଳିଆବୁଦା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଦ୍ମଶ୍ରୀ ଡ଼ି ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ  ହୋଇଛି । ଝିଅ ଡି ଭାନୁପ୍ରିୟା ରାଓ ମୁଖାଗ୍ନି ଦେଇଛନ୍ତି। ସମାଜସେବା ପାଇଁ ୨୦୧୯ରେ ପଦ୍ମଶ୍ରୀ ସମ୍ମାନ ପାଇଥିଲେ ପ୍ରକାଶ । ତାଙ୍କର ଶେଷକୃତ୍ୟ ସମ୍ପନ୍ନବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ତାଙ୍କୁ ଶେଷ ବିଦାୟ ଦେଇଛନ୍ତି। ଗତକାଲି ଅପରାହ୍ନ ସମୟରେ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.