ଏଏନଏସ: ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ମାଆ ତାରାତାରିଣୀ ମନ୍ଦିରରେ ପହଁଚି ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଆଙ୍କ ମନ୍ଦିରରେ ପ୍ରାୟ ୧୦ ମିନିଟ୍ ରହି ପୂଜାର୍ଚ୍ଚନା କରିବା ସହ ବରିଷ୍ଠ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାପରେ ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚିଛନ୍ତି ।
ଏଠାରେ ପ୍ରାର୍ଥିପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିଜେଡି ପକ୍ଷରୁ ଛତ୍ରପୁରରେ ବିରାଟ ପଟୁଆରର ଆୟୋଜନ କରାଯାଇଛି । ଦକ୍ଷିଣାଂଚଳ ଆଇଜି ଓ ଗଂଜାମ ଏସପି ଅସ୍ଥାୟୀ ହେଲିପ୍ୟାଡ ଅଂଚଳ, ଛତ୍ରପୁର ଉପଜିଲ୍ଲାପାଳ ଅଫିସ୍ ଓ ସହରର ବିଭିନ୍ନ ଇଲାକାରେ ତଦାରଖ କରିଛନ୍ତି । ଏଥିସହ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।