ଲୋକପ୍ରିୟ ନବୀନ: ପୁଣିଥରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଶୀର୍ଷରେ ନବୀନ

ଭୁବନେଶ୍ୱର, ଦେଶର ୩୧ ମୁଖ୍ୟମନ୍ତ୍ରୀଙ୍କୁ ନେଇ ହୋଇଥିବା ସର୍ଭେରେ ନବୀନ ଲୋକ ପ୍ରିୟତାର ଶୀର୍ଷରେ ରହିଛନ୍ତି। ଏବିପି ନ୍ୟୁଜ୍ ପକ୍ଷରୁ କରାଯାଇଥିବା ଦେଶ୍-କା-ମୁଡ୍ ସର୍ଭେ ଅନୁସାରେ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମନୋନୀତ ହୋଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତୃତୀୟ ସ୍ଥାନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ, ଚତୁର୍ଥ ସ୍ଥାନରେ କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ୍, ପଂଚମ ସ୍ଥାନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଷଷ୍ଠ ସ୍ଥାନରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଷ ବାଘେଲ, ସପ୍ତମ ସ୍ଥାନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରହିଛନ୍ତି ।

Leave A Reply

Your email address will not be published.