କାମାକ୍ଷାନଗର (୪.୧୦.୨୨) : ତିନି ଦିନ ତଳେ ଶ୍ୱଶୁର ଘର ବୁଲିବାକୁ ଯାଇଥିଲେ ଜ୍ୱାଇଁ । ହେଲେ ଆଜି ମିଳିଲା ମୃତ ଦେହ । ତେବେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ବୁଡି ଯାଇଥିବା ଚର୍ଚ୍ଚା ହେଉଛି । ଏପରି ଘଟଣା ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଅଞ୍ଚଳରେ ଘଟିଛି । ତରାଜଙ୍ଗ ଗାଁର ପ୍ରସାଦ ବିଶ୍ୱାଳ ଶନିବାର ତାଙ୍କ ଶ୍ୱଶୁର ଘର କାମାକ୍ଷାନଗର ଥାନା ପଦ୍ମପୋଖରୀ ଗାଁକୁ ଯାଇଥିଲେ। ଆଜି ମା’ ଦୁର୍ଗାଙ୍କ ନବମୀ ପୂଜା ଥିବାରୁ ପ୍ରସାଦ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ହେଲେ ଦୀର୍ଘ ସମୟ ଧରି ଫେରିନଥିଲେ। ଶ୍ୱଶୁର ଘର ଲୋକେ ଜ୍ୱାଇଁଙ୍କୁ ଚାରିଆଡ଼େ ଖୋଜିଥିଲେ। ମାତ୍ର ଜ୍ୱାଇଁଙ୍କ ପତ୍ତା ପାଇନଥିଲେ। ସେ ଗାଧୋଇବାକୁ ଯାଇଥିବାରୁ ପୋଖରୀରେ ବୁଡି ଯାଇଥିବା ସନ୍ଦେହ କରିଥିଲେ। ପରେ ଏନେଇ କାମାକ୍ଷାନଗର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଗାଁରେ ପହଞ୍ଚି ପୋଖରୀରୁ ଶ୍ରୀ ବିଶ୍ୱାଳଙ୍କ ମୃତଦେହ ଉଦ୍ଧାର କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡ଼ିକାଲକୁ ପଠାଇ ଦେଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।
ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତ ଦେହଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡକାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନନଦୀକୁ ଡେଇଁଲେ ମହିଳାଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗANS NEWS SUPERFAST [email protected]ରାଜ୍ୟରେ ୨୪ ଘଣ୍ଟା ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟଜାଣନ୍ତୁ ଗରମ ପାଣି ଶରୀର ପାଇଁ କେତେ ଲାଭକାରୀବଢୁଛି କରୋନା ଚିନ୍ତା