ଭୁବନେଶ୍ୱର, ଆଜି ରାଜ୍ୟରୁ ୨୪୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୩୯ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୧୦୬ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।



ଆଜି ଅନୁଗୁଳ ୩୨ , ବାଲେଶ୍ୱର ୫ ,ବରଗଡ଼ ୧୪, ଭଦ୍ରକ ୬ ,ବଲାଙ୍ଗୀର ୯,ବୌଧ ୧, କଟକ ୧୫, ଦେଓଗଡ ୧, ଢ଼େଙ୍କାନାଳ ୧, ,ଜଗତସିଂହପୁର ୪, ଯାଜପୁର ୧୫, ଝାରସୁଗୁଡା ୯ , କଳାହାଣ୍ଡି ୩, କନ୍ଧମାଳ ୨, କେନ୍ଦ୍ରାପଡା ୮, କେନ୍ଦୁଝର ୧, ଖୋର୍ଦ୍ଧା ୧୯, ମୟୁରଭଞ୍ଜ ୧୭, ନୟାଗଡ ୨, ନୂଆପଡା ୫, ରାୟଗଡା ୧, ସମ୍ବଲପୁର ୩୫, ସୋନପୁର ୧, ସୁନ୍ଦରଗଡ ୩୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୨୯୮୬୬, ସୁସ୍ଥ ସଂଖ୍ୟା ୩୨୫୪୩୨, ସମୁଦାୟ ସକ୍ରିୟ ସଂଖ୍ୟା ୨୫୦୫, ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୩୨୯ ।