ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୩୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି, ସୁସ୍ଥ ସଂଖ୍ୟା ୨୮ । ସଂଗରୋଧ କେନ୍ଦ୍ରରୁ ୧୧ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୨୭ ରହିଛି । ଯାହା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଭୁବନେଶ୍ୱରରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୩୧୩୪୦, ସୁସ୍ଥ ସଂଖ୍ୟା ୩୦୭୧୮, ମୃତୁ୍ୟ ସଂଖ୍ୟା ୨୩୧ । ମୋଟ କରୋନା ଆକ୍ଟିଭ ସଂଖ୍ୟା ୩୭୦ ରହିଛି ।