You are currently viewing ଏଣିକି ଜଗା ଦର୍ଶନ ପାଇଁ ବାଧକ ସାଜିବନି କୋଭିଡ ନେଗେଟିଭ ରିପୋର୍ଟ

ଏଣିକି ଜଗା ଦର୍ଶନ ପାଇଁ ବାଧକ ସାଜିବନି କୋଭିଡ ନେଗେଟିଭ ରିପୋର୍ଟ

ପୁରୀ, ଆସନ୍ତା ୨୧ରୁ ଶ୍ରୀମନ୍ଦିରରେ ଦର୍ଶନ ଲାଗି ଜାରି ହେଲା ଏସଓପି । ଏସଓପି ଅଧାରରେ ଦର୍ଶନ କରିବେ ଭକ୍ତ। ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଦର୍ଶନ ପାଇଁ କୋଭିଡ୍ ନେଗେଟିଭ ରିପୋର୍ଟ ଆବଶ୍ୟକତା ନାହିଁ । ଦୈନିକ ୩୦ ହଜାର ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ଯଦି ୩୦ ହଜାରରୁ ଅଧିକ ଭକ୍ତ ଆସନ୍ତି ତେବେ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ଦିବ୍ୟାଙ୍ଗ ଓ ୬୫ ବର୍ଷରୁ ଅଧକ ବୟସ୍କଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି ରହିବ । ପୁରୀବାସୀ ନିଜନିଜର ପରିଚୟପତ୍ର ଦେଖାଇ, ସକାଳ ୬ଟାରୁ ସିଂହଦ୍ବାରରେ ପ୍ରବେଶ କରି ଦର୍ଶନ କରିପାରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।