You are currently viewing ନବ ନିର୍ମିତ ଶିବ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋସ୍ଚବ ପାଳିତ

ନବ ନିର୍ମିତ ଶିବ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋସ୍ଚବ ପାଳିତ

  • Post category:ଓଡିଶା
  • Reading time:1 mins read

ଅନୁଗୋଳ(ଏଏନଏସ)୧୬/୦୫, ଜିଲ୍ଲାର ପାହାଡ ପର୍ବତ ଜଂଗଲଘେରା ଟାଇଁସି ଗାଁ ଠାରେ ନବ ନିର୍ମିତ ଶିବ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ୬ ଦିନ ଧରି ମହାସମାରୋହରେ ମହୋସ୍ଚବ ପାଳିତ ହୋଇଯାଇଅଛି । ଦୀର୍ଘ ୧୪ ବର୍ଷ ଧରି ଟାଇଁସି ସମେତ ଆଖପାଖ ୧୬ଟି ଗ୍ରାମର ଗ୍ରାମବାସୀ ନିଜର ଶାରୀରିକ ଶ୍ରମଦାନ ଏବଂ ଆର୍ଥିକ ସହାୟତାରେ ମନ୍ଦିର ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଂଗ କରିବାରେ ସଫଳ ହୋଇଥିଲେ । ଗ୍ରାମବାସୀଂକର ଏକତା , ନିଷ୍ଠାପରତା ଏବଂ ଶୃଂଖଳାଗତ ପରିଚାଳନାକୁ ଜିଲ୍ଲାର ମାନ୍ୟଗଣ ବ୍ୟକ୍ତି ଏବଂ ଜନ ପ୍ରତିନିଧି ମାନେ ଭୂୟୀଅଂଶ ପ୍ରଶଂସା କରିଥିଲେ । ନୂତନ ମନ୍ଦିରର ମୁଖ୍ୟ ମନ୍ଦିରର ଓ ମୁଖଶାଳାର କାରୁକାର୍ଯ୍ୟ ସମେତ ଠାକୁରଂକର ପିତଳ ଓ ପଥର ମୂର୍ତିର ସୁନ୍ଦର କାରୁକାର୍ଯ୍ୟ ଓ ଗଢଣ କୁ ଦେଖଣାହାରୀଂକର ମନଛୁଆଁ ହୋଇଥିଲା । ମନ୍ଦିରର ଉଚ୍ଚତା ୫୨ ଫୁଟ , ଦୈର୍ଘ୍ୟ ୬୬ ଫୁଟ ଏବଂ ପ୍ରସ୍ଥ ୧୮ ଫୁଟ ଥିବା ବେଳେ ମନ୍ଦିରକୁ ଲାଗି ଠାକୁରଂକର ନିଜସ୍ବ ୩ ଏକର ଜମି ରହିଛି । ମନ୍ଦିରର ଚତୁଃପାର୍ଶ୍ବକୁ ପରିଷ୍କାର ପରିଚ୍ଛନ୍ନ ରଖାଯାଇ ଥିବା ସହ ଭବିଷ୍ୟତରେ ଏକ ମଣ୍ଡପ ସହିତ ଏକ ଜୈବ ବିବିଧତା ପୂର୍ଣ୍ଣ ଗାଡେନ୍ କରାଯିବାର ପ୍ରସ୍ତାବ ଥିବା ମନ୍ଦିର ପରିଚାଳନା କମିଟି ଆଶା ପ୍ରକଟ କରିଛନ୍ତି । ଏହି ନୂତନ ମନ୍ଦିରର ବିଗ୍ରହ ପ୍ରତିଷ୍ଠା ଗତ ୯ ତାରିଖରୁ ଆରମ୍ଭ ହୋଇ ଆଜି ୧୪ ତାରିଖରେ ପୂର୍ଣ୍ଣାହୂତି ହୋଇଥିଲା ।

ଦୀର୍ଘ ୬ ଦିନ ଧରି ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋସ୍ଚବରେ ଠାକୁର ଶ୍ରୀ ଶ୍ରୀ ବାଲୁଂକେଶ୍ବରଂକର ସମସ୍ତ ରୀତିକାନ୍ତି ୧୨ ଜଣ ପଣ୍ଡିତଂକ ଦ୍ବାରା ସମ୍ପନ୍ନ ହୋଇଥିଲା । ଅନୁଗୋଳର ପଣ୍ଡିତ ଡା. ରୋହିତ କୁମାର ଦାସଂକର ମୁଖ୍ୟ ପରୋଧାରେ ତାଂକର ଅନ୍ୟ ୧୧ ଜଣ ସଗଯୋଗୀ ପଣ୍ଡିତ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଯଥା ରୀତିରେ କରିଥିଲେ । ୧୬ଟି ଗ୍ରାମର ସମସ୍ତ ଆବାଳ ବୃଦ୍ଧ ବନୀତା ସମେତ ଆଖପାଖ ଗାଁ ଓ ନିମତ୍ରୀତ ଅତିଥି ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଯୋକ ଦେଇଥିଲେ । ଶତାଧିକ ସଂକ୍ରୀତନ ମଣ୍ଡଳୀର ଧ୍ବନୀରେ ମନ୍ଦିର ପ୍ରାଂଗଣ ମୁଖରିତ ହୋଇଥିଲା ।

।।

ଅନ୍ୟମାନଙ୍କୁ ଜଣାନ୍ତୁ।