You are currently viewing NEWS SUPERFAST 2@10

NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ତୁକୀ ଓ ସିରିଆ ପରେ ଏବେ ଦୋହଲିଲା ଆଫଗାନିସ୍ତାନ । ଆଜି ସକାଳ ୬ ଟା ୭ ମିନିଟରେ ଆଫଗାନୀସ୍ତାନ ଓ ତାଜିକିସ୍ତାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି ।
୨. କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ କଂଗ୍ରେସ ନେତା ସିଆର କେଶବନ । ଗୁରୁବାର ତାଙ୍କର ପତ୍ରକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ପଠାଇ ଦେଇଛନ୍ତି । କଂଗ୍ରେସ ପାର୍ଟି ଏବେ ଯେଉଁ ରାସ୍ତାରେ ଯାଉଛି ସେହି ରାସ୍ତାରେ ସେ ଚାଲିପାରୁ ନଥିବା କେଶବ କହିଛନ୍ତି ।
୩. ଦିଲ୍ଲୀ ମାଣ୍ଡୋଳି ଜେଲରେ ୨୦୦ କୋଟି ଠକେଇ ମାମଲାରେ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଅୟସ ଆରାମରେ ଜୀବନ ବିତାଉଛନ୍ତି । ଜେଲର ଏକ ସିସିଟିଭି ଫୁଟେଜ୍ ଲିକ ହେବା ପରେ ଏହାର ଖୁଲାସା ହୋଇଛି ।
୪. ନବୀନଙ୍କୁ ଧମେନ୍ଦ୍ରଙ୍କ ଚିଠି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଝାରସୁଗୁଡାର ଗୋଁଣ୍ଡୱାନ ଛକକୁ ‘ବୀର କରୁଣାକର ସିଂହ ନାଏକ ଛକ’ ନାମରେ ନାମିତ କରିବା ପାଇଁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
୫. ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରୁ ହେଲି କପ୍ଟର ଯୋଗେ ପ୍ରଥମେ ସୁଆଣ୍ଡୋଠାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ।
୬. ବାମରା ଷ୍ଟେସନରେ ଉତ୍ତେଜନା । ଏକ୍ସପ୍ରେସ ଟ୍ରେନ ରହଣି ଦାବିରେ ଉତ୍ତେଜନା । ଷ୍ଟେସନରେ ରେଳ ରହଣୀ ଦାବିରେ ଗତକାଲି ରେଳ ରୋକ କରାଯାଇଥିଲା । ୧୦ ଘଣ୍ଟା ପରେ ୪ ଟି ରେଳ ରହଣୀ ପାଇଁ ପ୍ରତିଶ୍ରୃତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।
୭. ବଦଳିଲା ନାମଲେଖା ବୟସ ସୀମା , ଏଣିକି ୬ ବର୍ଷରେ କ୍ଲାସ ୱାନ ପଢିବେ ପିଲା । ନୂଆ ଜାତୀୟ ଶିକ୍ଷା ନୀତି ଆଧାରରେ ୬ ବର୍ଷ ବୟସରେ ପିଲାଙ୍କ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ ଅଭିଭାବକ ।
୮. ପୁଣି ପିଜ ବୟାନ ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ । ଜଟଣୀରୁ ଆଉ ନିର୍ବାଚନ ଲଢିବେନି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତ ରାୟ ।
୯. ବାଲେଶ୍ୱର ଆର ଆଣ୍ଡ ବି ଆସିଷ୍ଟାଣ୍ଟ ଇଂଜିନିୟରଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ । ବାଲେଶ୍ୱର ଅଜୟ ସେନାପତିଙ୍କ ଆୟ ବହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ।
୧୦. ଡୁମୁରୁପୁଟ ଷ୍ଟେସନରେ ଯୁବକର ମୃତ ଦେହ ଠାବ । ରେଳପଥ ଦୋହରି କରଣ କାମରେ ନିୟୋଜିତ ଜଣେ ଶ୍ରମିକ ବେକରେ ରସିଲଗାଇ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।