You are currently viewing NEWS SUPERFAST 2@10

NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ଇଣ୍ଟରନ୍ୟାସନାଲ ଗ୍ୟାଙ୍ଗଷ୍ଟର ତଥା ସିଦ୍ଧ ମୁସେୱାଲା ହତ୍ୟା ମାମଲାର ମାଷ୍ଟର ମାଇଣ୍ଡ ଗୋଲ୍ଡି ବରାରଙ୍କୁ କାଲିଫର୍ଣ୍ଣିଆରେ ଗିରଫ କରାଯାଇଛି । ୨୦ ନଭେମ୍ବରରେ କାଲିଫର୍ଣ୍ଣିଆରେ ଗୋଲ୍ଡି ବରାରଙ୍କ ପ୍ରଥମେ ଅଟକ ରଖାଯାଇଥିଲା । ଏବଂ ପରେ ଗିରଫ କରାଯାଇଥିଲା ।
୨. ଆସୁଛି ଆଉ ଏକ ଲଘୁଚାପ । ୪ ତାରିଖରେ ଆଣ୍ଡାମାନ ସାଗରରେ ହେବ ଘୂର୍ଣ୍ଣିବଳୟ । ୫ ତାରିଖରେ ଏହା ଲଘୁଚାପର ରୂପ ନେବ । ସ୍କାଏମେଟର ଆକଳନ ଲୋ ପ୍ରେସର ନେଇପାରେ ଡିପ୍ରେସନର ରୂପ । ତେବେ ସାମୁଦ୍ରିକ ଝଡ ସମ୍ଭାବନା ନଥିବା ସୂଚନା ଦେଇଛନ୍ତି ସ୍କାଏମେଟ ।
୩. କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପରିବାରରେ ରାଜନୈତିକ ଲଢେଇ । ଗୁଜୁରାଟ ଜାମନଗର ସିଟ ଉପରେ ପୁରା ଦେଶର ନଜର । ବହୁ ବିଜେପି ପ୍ରାର୍ଥୀ, ଶ୍ୱଶୁର ଓ ନଣଦ କଂଗ୍ରେସ ପ୍ରଚାରକ ।
୪. ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି । ମରୟର ଭଞ୍ଜ ଜିଲ୍ଲା ଯଶୀପୁର ତହସିଲର କନିଷ୍ଠ କିରାଣୀ ଭାର୍ଗବ ଚନ୍ଦ୍ର ମହାକୁଡ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଯଶୀପୁର ବ୍ଲକ କାଳିଆଣି ଗାଁର ଭୀଷ୍ଣଚରଣ ହେମ୍ବ୍ରମଙ୍କ ଠାରୁ ଜମି ପଟ୍ଟା କରିବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ।
୫. ଜଳିଗଲା ବସ । ବୁର୍ଲା ଏମସିଏଲ ନିକଟରେ ଛିଡା ହୋଇଥିବା ସମୟରେ ଜଳିଗଲା ବସ । ସର୍ଟସର୍କିଟ ଯୋଗୁଁ ବସରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।
୬. ବୈଦ୍ଧ ଜିଲ୍ଲା ମନମୁଣ୍ଡା ବାଇପାସର ରାସ୍ତା କଡରୁ ଯୁବକର ମୃତ ଦେହ ଉଦ୍ଧାର । ମୃତ ବ୍ୟକ୍ତିଙ୍କର ନାମ ଚିତ ରଞ୍ଜନ ନାଏକ । ଚିତ୍ତରଞ୍ଜନ ଜଣେ ବ୍ୟାଙ୍କ କର୍ମଚାରୀ ହୋଇଥିବା ଜଣାପଡିଛି । ମନମୁଣ୍ଡା ବାଇପାସ ରାସ୍ତାକଡର ଏକ ପୋଲ ତଳେ ମୃତ ଅବସ୍ଥାରେ ତାଙ୍କୁ ଠାବ କରାଯାଇଛି ।
୭. ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । ଜଳିଗଲା ୫ଟି ପରିବାରର ୧୫ ବଖରା ଘର । ଜଳିଗଲେ ୨ଟି ଗୋରୁ ।
ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତର ଆକୁଲି ଗ୍ରାମରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ରହିଛି । ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ବିଳମ୍ବିତ ରାତିରେ କୌଣସି କାରଣରୁ ଏହି ଗ୍ରାମର ରାଜ କିଶୋର ସ୍ୱାଇଁ ଙ୍କ ଘରେ ନିଆଁ ଲାଗିଥିବାରୁ ପଡୋଶୀ ଦେଖିବାକୁ ପାଇଥିଲେ ।
୮. ତୁରେକେଲା କଲେଜ ନିକଟରେ ଥିବା ରାଜୁ ଜଙ୍ଗଲରେ ଗତ ୨୪ ତାରିଖ ଦିନ ଏକ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଥିଲା । ଘଟଣା ପରେ ତୁରେକେଲା ପୁଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା । ସୁଚନା ଅନୁସାରେ ତୁରେକେଲା ପୁଲିସ ଜାଣିବାକୁ ପାଇଥିଲା ଯେ, କଲେଜ ନିକଟରେ ଥିବା ବୁଲାଣିକୁ ଲାଗି ରହିଥିବା ଜଙ୍ଗଳରେ ଜଣଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ରହିଛି ।
୯. ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହି ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ବର୍ଗତ ଝରଣା ଦାସଙ୍କୁ ଜଣେ ଯଶସ୍ୱୀ କଳାକାର ଭାବରେ ବର୍ଣନା କରିଛନ୍ତି। ଆକାଶବାଣୀ ସହିତ ଉଭୟ ମଞ୍ଚ ଓ ଚଳଚ୍ଚିତ୍ର ରେ ବିଭିନ୍ନ ଭୂମିକାରେ ତାଙ୍କର ପ୍ରଭାବଶାଳୀ ଅଭିନୟ ତାଙ୍କୁ ବିପୁଳ ଲୋକପ୍ରିୟତା ଆଣି ଦେଇଥିଲା।
୧୦. ମେକ ଇନ୍ ଓଡ଼ିଶା କନକ୍ଲେଭ୍ରେ ପୁଞ୍ଜି ବର୍ଷା । ଆଜି ତୃତୀୟ ଦିନରେ ବିଭିନ୍ନ ସେକ୍ଟର ଉପରେ ହେବ ଆଲୋଚନା । ସ୍କିଲ୍ଡ ଓଡ଼ିଶା, ଆଇଟି, ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଶିଳ୍ପ, ଅକ୍ଷୟ ଶକ୍ତି, ଓଡିଶାରେ ଖଣି ଆଦି ପ୍ରସଙ୍ଗରେ କାର‌୍ୟ୍ୟକ୍ରମ ରହିଛି । କନ୍କ୍ଲେଭ୍ର ଦ୍ୱିତୀୟ ଦିନରେ ୨୧ଟି ନିବେଶ ସମ୍ପର୍କିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ୭ ଲକ୍ଷ ୨୬ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ନିବେଶକ ।

ଅନ୍ୟମାନଙ୍କୁ ଜଣାନ୍ତୁ।