You are currently viewing NEWS SUPERFAST 2@10

NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ନେପାଳ ବିମାନ ଦୁର୍ଘଟଣା ନେଇ ଆଜି ରାଷ୍ଟ୍ରିୟ ଶୋକ ଘୋଷଣା କରିଛନ୍ତି ନେପାଳ ସରକାର । ଅନ୍ୟ ପଟେ ଘଟଣାର ତଦନ୍ତ ପାଇଁ ୫ ଜଣିଆ ଟିମ ଗଠନ କରାଯାଇଛି । ନେପାଳ ପୋଖରାରେ ୟେତି ଏୟାରଲାଇନ୍ସ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬୮ ରେ ପହଞ୍ଚିଛି ।
୨. ଥରୁଛି ରାଜଧାନୀ । ଘାଇଲା କରିଛି ଅସମ୍ଭାଳ ଜାଡ । ପ୍ରବଳ ଶୀତରେ ଅସ୍ତବ୍ୟସ୍ତ ଦିଲ୍ଲୀ ବାସୀ । ଚାରିଆଡେ ଘନ କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡା । ରାଜଧାନୀରେ ରେକର୍ଡ ଭାଙ୍ଗିଛି ଶିତ ।
୩. ଭୂକମ୍ପ ପ୍ରବଣ ଇଣ୍ଡୋନେସିଆର ସୁମାତ୍ରା ଆଜି ପୁଣିଥରେ ଥରି ଉଠିଛି । ଭୂକମ୍ପ ଝଟକା ଦ୍ୱୀପପୁଞ୍ଜକୁ ଏକ ପ୍ରକାର ଆତଙ୍କିତ କରିଛି । ଆଜି ଏଠାରେ ବଡ ଧରଣର ଭୂକମ୍ପ ହୋଇଛି । ଏହାର ତୀବ୍ରତା ୬.୧ ଥିବାରୁ ଅଧିକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି ।
୪. ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ । ତାଙ୍କ କାରକେଡରେ ସାମିଲ ଥିବା ଏକ ଏସ୍କଟ ଗାଡି ଓଲଟି ପଡିଛି । ଫଳରେ ଏଥିରେ ଥିବା ୫ ଜଣ ସୁରକ୍ଷା କର୍ମୀ ଆତ ହୋଇଛନ୍ତି । ରବିବାର ରାତିରେ ଏହି ଦୁର୍ଘଟଣା ଘଟିଛି ।
୫. ଦୁଇ ସପ୍ତାହ ତଳେ ବିଜେପି ଛାଡିଥିବା ବରିଷ୍ଠ ରାଜନେତା ରାଜୀବ ରଞ୍ଜନ ଜେଡିୟୁକୁ ଫେରିଛନ୍ତି । ସେ ବିହାରରେ ବିଜେପିର ଉପ ସଭାପତି ଭାବେ କାମ କରୁଥିଲେ । କିନ୍ତୁ ୨ ସପ୍ତାହ ତଳେ ବିଜେପିକୁ ବାଏ ବାଏ କରିଥିଲେ । ଏବେ ସେ ଶାସକ ଜେଡେୟୁରେ ସାମିଲ ହୋଇଛନ୍ତି ।
୬.୫ ଦିନ ହେଲା ଗଭୀର ସମୁଦ୍ରରେ ନିଖୋଜ ଥିବା ୨ ଟି ବୋଟ ସହ ଯୋଗାଯୋଗ ହୋଇପାରିଛି । ସେଥିରେ ଥିବା ୧୩ ଜଣ ମତ୍ସ୍ୟଜୀବୀ ସୁରକ୍ଷିତ ଅଛନ୍ତି । ସେମାନେ ଏବେ ପାରାଦୀପରୁ ୨୦ କିଲୋମିଟର ଦୂରରେ ଅଛନ୍ତି ।
୭. ବହୁ ବାଦବିବାଦ ପରେ ରାଜ୍ୟ ହିତାଧିକାରୀଙ୍କୁ ମିଳିବ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର । ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ୮.୧୭ ଲକ୍ଷ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସ୍ୱତନ୍ତ୍ରରେ ୧,୪୨ ଲକ୍ଷ ହିତାତିଧିକାରୀଙ୍କୁ ମିଳିବ । ଏ ନେଇ ଆଜି ଚୁଡାନ୍ତ ପ୍ରକ୍ରିୟା ଆରମ୍ଭ ହେବ ।
୮. ନିଜ ହାତରେ ଗୁଡି ତିଆରି କୀତଥିଲା । ଆଉ ତାକୁ ଉଡାଇବା ପାଇଁ ଘରୁ ଲୁଚି ଯାଇଥିଲା । ଗୁଡି ଉଡାଇବା ବେଳେ ମୁକୁଳା ଡ୍ରେନ୍‌ରେ ପଡିଥିଲା । ପରେ ପରିବାର ଲୋକେ ତାକୁ ମେଡିକାଲ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହି ଘଟଣା ଘଟିଛି କଟକ ସହରରେ ।
୯. ଦନ୍ତା ହାତୀ ଆକ୍ରମଣରେ ଗୋଟିଏ ପରିବାରର ୩ ଜଣ ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ । ଆହତ ମାନେ ହେଲେ ଢେଙ୍କାନାଳ ଜିଲ୍ଲା ରୋଡଙ୍ଗ ଗାଁର ।
୧୦. ରାଇସ ମିଲରେ କାମ କରୁଥିବା ବେଳ ୨ ଶ୍ରମିକଙ୍କ ଉପରେ ଲୁହା ଖସିପଡିବାରୁ ସେମାନଙ୍କର ମୃତ୍ୟୁ ହୋଇଛି । ନୟାଗଡ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ ରେହିବାଙ୍କ ସ୍ଥିତ ଏକ ରାଇସ ମିଲରେ ଏହି ଅଘଟଣ ଘଟିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।