You are currently viewing NEWS SUPERFAST 2@10

NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ଅମ୍ବାନୀ ପରିବାରକୁ ଖୁବ ଶ୍ରୀଘ୍ର ଆସିବ ସାନ ବୋହୁ । ବିବାହ କରିବେ ମୁକେଶ ଅମ୍ବାନୀଙ୍କ ସାନ ପୁଅ । ଶେଷ ହୋଇଛି ଅନ୍ତ ଅମ୍ବାନୀଙ୍କ ନିର୍ବନ୍ଧ । ଦୀଘ ଦିନର ବାନ୍ଧବୀ ରାଧିକା ମର୍ଚ୍ଚାଣ୍ଟଙ୍କୁ କରିବେ ଜୀବନ ସାଥି ।
୨. ମହିଳା କୁସ୍ତି ଯୋଦ୍ଧାଙ୍କୁ ଯୌନ ଶୋଷଣ ବିବାଦ । ଦିଲ୍ଲୀର ଜନ୍ତରମନ୍ତର ଠାରେ ଭାରତର ପ୍ରସିଦ୍ଧ ରେସଲରମାନଙ୍କ ପ୍ରତିବାଦ ଓ ଧାରଣା ତୃତୀୟ ଦିନରେ ଜାରି ରହିଛି । ଭାରତୀୟ କୁସ୍ତି ସଂଘ ସଭାପତି ବ୍ରିଜଭୂଷଣ ଶରଣ ସିଂହ ଓ କିଛି କୋଚକୁ ବହିସ୍କାର କରିବା ପାଇଁ କୁସ୍ତି ସଂଘ ସଭାପତି ଜିଦ ଧରି ବସିଛନ୍ତି ।
୩. ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ସାମାନ୍ୟ ଉପରେ ରହିଛି । ସ୍ୱାଭାବିକ ତାପମାତ୍ରା ଠାରୁ ୨ ରୁ ୫ ଡିଗ୍ରୀ ସେଲସିୟସ ଅଧିକ ରହିଛି । ଆଗାମୀ ୫ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ ।
୪. ଶ୍ରୀମନ୍ଦିର ନୀଳଚକ୍ର ଉପରେ ଡ୍ରୋନ ଉଡିବା ପ୍ରସଙ୍ଗ । ଗିରଫ ଅଭିଯୁକ୍ତ ୟୁଟୁବର ଅନିମେଶ ଚକ୍ରବର୍ତ୍ତୀଙ୍କୁ ପୁରୀ ପୋଲିସ ଟିମ ଆଣି ପୁରୀରେ ପହଁଚିଲା । ଆଜି ସେ ପୁରୀ କୋଟରେ ହାଜର ହେବେ ଗିରଫ ।
୫. ଗଞ୍ଜେଇ କାରବାରରେ ଖାକି ଲିଙ୍କ । ଫାଣ୍ଡି ଅଧିକାରୀଙ୍କ ସମେତ ୨ ଜଣ କନେଷ୍ଟବଳ ନିଲମ୍ବିତ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହ୍ଲାଦ ସହାଇ ମୀନା ନିଲମ୍ବିତ କରିଛନ୍ତି ।
୬. ରାଜଧାନୀ ଭୁବନେଶ୍ୱରେ ଦୁଇଜଣ ନାବାଳିକାଙ୍କୁ ବଳାତ୍କାର କରିବା ନେଇ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଏବେ ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ସମାନ ଘଟଣା ସାମ୍ନାକୁ ଆସିଛି । ଦୁଇ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଦୁବୃତ୍ତମାନେ ସ୍କୁଲ ବାଟରୁ ଉଠାଇ ନେଇ ଦୁଇ ଦିନ ଧରି କଲେଜରେ ରଖି ବଳାତ୍କାର କରିଥିବା ଅଭିଯୋଗ ହୋଇଛି ।
୭. କୁଖ୍ୟାତ ମାଓବାଦୀଙ୍କ ନାମରେ ଲାଗିଛି ପୋଷ୍ଟର । ଧରାଇ ଦେଲେ ଲୋକଙ୍କୁ ପୁରଷ୍କାର ଦେବାକୁ ଘୋଷଣା କରାଯାଇଛି । କୋରାପୁଟ ସହରର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ନାମରେ ଲାଗିଛି ପୋଷ୍ଟର ।
୮. ଆଇନ ପରୀକ୍ଷା ଦେବେ ଅର୍ଚ୍ଚନା ନାଗ । କୋର୍ଟଙ୍କ ଅନୁମତି ପରେ ଲ ପରୀକ୍ଷା ଦେବେ ଅର୍ଚ୍ଚନା । କ୍ୟାପିଟାଲ ଲ’ କଲେଜରେ ଅର୍ଚ୍ଚନାଙ୍କ ପକ୍ଷରୁ ତାଙ୍କ ଓକିଲ ଫର୍ମ ପୂରଣ କରିଛନ୍ତି । ସପ୍ତମ ସେମିଷ୍ଟାର ପାଇଁ ଫର୍ମ ପୂରଣ କରିଛନ୍ତି ଅର୍ଚ୍ଚନା ।
୯. ୫ ଟି ଅଧିନରେ ଥିବା ଏକ ସ୍କୁଲର ଛାତରୁ ଖସିଲା ସିଲିଂ । ତେବେ ଅଳ୍ପକେ ବଞ୍ଚିଗଲେ ଛାତ୍ରଛାତ୍ରୀ । ଘଟଣାଟି ଘଟିଛି ବୈଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଗବଯୋଗରେ ଥିବା ଗଙ୍ଗାମେହର ଉଚ୍ଚ ବିଦ୍ୟାଳୟରେ ।
୧୦. ଗହିର ମଥା ଓଡିଶାର ଏକ ମାତ୍ର ସାମୁଦ୍ରିକ ଅଭୟାରଣ୍ୟ । ଅଲିଭ ରିଡଲେ କଇଁଚ୍ଛଙ୍କ ଏନ୍ତୁଡିଶାଳ ଭାବେ ସମଗ୍ର ବିଶ୍ୱରେ ଦୃଷ୍ଟି ଆକର୍ଷଣ କରିଛି ଗହିରମଥା । ଏବେ ଗହିରମଥା ସାଙ୍ଗରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଯାଇଛି । ଅଲିଭରିଡଲେ କଇଁଚ୍ଛଙ୍କ ସହିତ ଡଲଫିନ ଅନ୍ତୁଡିଶାଳ ପାଲଟିଛି ଏହି ଗହିରମଥା । ଏ ବର୍ଷ ୭୩୩ ଟି ଡଲଫିନ ଗଣନା କରାଯାଇଛି । ସେଥି ମଧ୍ୟରୁ ୫୫୦ ଟି ଡଲଫିନ ଗହିରମଥାର ବୋଲି ଗଣନା କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।