You are currently viewing NEWS SUPERFAST 2@10

NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ଆମେରିକାର କାଲଫଣ୍ଣିଆରେ ମଣ୍ଟେରୀ ପାର୍କରେ ହୋଇଥିବା ଗୁଳିକାଣ୍ଡ ଘଟାଇଥିବା ସନ୍ଦିଗ୍ଧ ପରିଚୟ ମିଳିଛି । ଚୀନ ନବ ବର୍ଷ ପାଳନ ଅବସରରେ ଡ୍ୟାନ୍ସ କ୍ଲବରେ ଗୁଳି ଚଳାଇ ହତ୍ୟା କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ୭୨ ବର୍ଷୀୟ ବୃଦ୍ଧ ହୁଉ କା ସାନ । ୧୦ ଜଣକୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କରି ମାରି ଥିବା ପୋଲିସ କହିଛି
୨. କେରଳ ଅଲାପୁଝା ଜିଲ୍ଳାରେ ଆମ୍ବାଲୁପୁଝା ନିକଟରେ ଟ୍ରକ ଓ କାର ଧକ୍କାରେ ୫ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ଥିରୁଅନନ୍ତପୁରମରୁ ଫେରୁଥିବା ଏକ ଟ୍ରକ ସହିତ କାର ଧକ୍କା ହୋଇଥିଲା । ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଆଉ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।
୩. ଢେଙ୍କାନାଳ ସଦର ଥାନା ଢେଙ୍କାନାଳ ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚୁପଟି ନିକଟରେ କେନାଲକୁ ଓଲଟି ପଡିଲା ପିକନିକ ବସ । ଫଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଗୁରୁତର ଅଛନ୍ତି ।
୪. ଦେଶ ପାଳନ କରୁଛି ସ୍ୱାଧିନତା ସଂଗ୍ରାମର ମହାନାୟକ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜୟନ୍ତୀ । ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ବେଳେ ନେତାଜୀଙ୍କ ଜନ୍ମସ୍ଥାନ କଟକରେ ଆୟୋଜିତ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।
୫. ୮୬ ବର୍ଷ ବୟସରେ ଡାକ୍ତରଙ୍କ ଆତ୍ମହତ୍ୟା । ଆତ୍ମହତ୍ୟା କରିଛନ୍ତି ସମ୍ବଲପୁରର ବିଶିଷ୍ଟ ଡାକ୍ତର ଯତୀନ୍ଦ୍ର ମୋହନ ପୂଜାରୀ । ମୃତ ଦେହ ନିକଟରୁ ଏକ ସୁଇସାଇଡ ନୋଟ ଜବତ କରିଛି ପୋଲିସ ।
୬. ସୁଟକେସରୁ ମୃତ ଦେହ ମିଳିବା ଘଟଣାର ପର୍ଦ୍ଦାଫାସ । ସ୍ତ୍ରୀ କରିଥିଲା ମର୍ଡର । ସମ୍ପର୍କୀୟ ଓ ଜଣେ ସହଯୋଗୀ ସହାୟତାରେ ସ୍ୱାମୀକୁ ମାରିଛି ସ୍ତ୍ରୀ । ଖୋର୍ଦ୍ଧା ନାଚୁଣୀ ନିକଟ ଜଙ୍ଗଲରୁ ସୁଟକେସରୁ ମୃତ ଦେହ ଉଦ୍ଧାର ଘଟଣାରେ ସ୍ତ୍ରୀ ସହିତ ୩ ଜଣଙ୍କୁ ଗିରଫ କରିଛି ଖୋର୍ଦ୍ଧା ପୋଲିସ ।
୭. ସିରିଜ ଦୁର୍ଘଟଣା । ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବାଘମାରୀ ସାରୁଆ ରାସ୍ତାରେ ଦୁର୍ଘଟଣା ।
୮. ଶନି ଅଭିଷେକ କରିବା ପାଇଁ କୋଟି କୋଟି ଟଙ୍କାର ସୁନା କଳସ ଦାନ କରି ପୁଣି ଚର୍ଚ୍ଚାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ମହାରାଷ୍ଟ୍ରର ଅହମଦନଗର ଜିଲ୍ଲା ଅନ୍ତର୍ଗତ ଶନି ଶିଙ୍ଗନାପୁରରେ ଭଗବାନ ଶନିଙ୍କ ପୀଠରେ ଦାନ କରିଛନ୍ତି ସୁନା କଳସ ।
୯. ଆଜି ମହିଳା ଥାନାକୁ ଆସିବେ ନାହିଁ ହ୍ୟୁମାନ ସାଗର । ସୂଚନା ମୁତାବକ ଗତ ଗୁରୁବାର ଦିନ ହ୍ୟୁମାନ ସାଗର ତାଙ୍କ ପତ୍ନୀ ଶ୍ରୀୟା ମିଶ୍ର ଆସିଥିଲେ କାଉସିଂଲି ପାଇଁ ।
୧୦. ପବିତ୍ର ନେତାଜୀ ଜୟନ୍ତୀ ଅବସରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ବାଲୁକା କଳାରେ ନେତାଜୀଙ୍କ ଅବିଗଳ ପ୍ରତିଛବି ଆଙ୍କିଲେ ପଦ୍ମଶ୍ରୀ ସୁଦର୍ଶନ ପଟନାୟକ ।

ଅନ୍ୟମାନଙ୍କୁ ଜଣାନ୍ତୁ।