ANS NEWSSUPERFAST [email protected]

୧. ଦିଲ୍ଲୀରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଆସନ୍ତାକାଲି ଏନଡିଏ ପ୍ରାର୍ଥୀଭାବେ କରିବେ ନାମାଙ୍କନ ଦାଖଲ ।
୨. କରୋନା ସଂକ୍ରମଣ ବଢୁଥବାରୁ ଦେଶର କରୋନା ସ୍ଥିତିକୁ ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ।
୩. ଆଫଗାନିସ୍ଥାନ ପରେ ନେପାଳରେ ଅନୁଭୂତ ହେଲା ଭୂମିକମ୍ପ । ରିକ୍ଟର ସ୍କେଳରେ ତୀବ୍ରତା ୪.୩ ।
୪. ଜ୍ୱରରେ ପିଡୀତ ମହାବାହୁଙ୍କ ନିକଟରେ ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ଆଜି ଲାଗି ହେବ ଦଶମୂଳ ଔଷଧି ।
୫. ରାଜଧାନୀରେ ଆତଙ୍କ ରଚିଲେ ମୋ ବସ୍ କର୍ମଚାରୀ । ମାଷ୍ଟର କ୍ୟାଣ୍ଟିନ ଛକ ନିକଟ ବସ୍ ଷ୍ଟାଣ୍ଡ ପାଖରେ ମିଳିମିଶି ଯାତ୍ରୀଙ୍କୁ ଆକ୍ରମଣ କଲେ ।
୬. ସମ୍ବଲପୁର ଜିଲ୍ଲପାଳ ଭାବେ ଯୋଗ ଦେଲେ ଅନନ୍ୟା ଦାସ ।
୭. କେନ୍ଦ୍ରପଡା ଜିଲ୍ଲାରେ ତେଣ୍ଡାକୁଣ୍ଡା ଗାଁରେ ପାରିବାରିକ କଳହକୁ ନେଇ ଘଟିଛି ହତ୍ୟାକାଣ୍ଡ । ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ୱାମୀ ।
୮. ଭୁବନେଶ୍ୱର ରେଳ ଷ୍ଟେସନରୁ ଜଣେ ଇଞ୍ଜିନିୟରିଂ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି । ସେ ହେଲେ ପଶ୍ଚିମବଙ୍ଗ ଚବିଶ ପ୍ରାଙ୍ଗଣର ସୁଇଟି ରଏ ।
୯. ପୋପଙ୍କୁ ରଘୁରାଜପୁରର ପଟ୍ଟ ଚିତ୍ର ଉପହାର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ପ୍ରସ୍ତୁତ କରିଥିବା ଅପିନ୍ଦ୍ର ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
୧୦. ଶକ୍ତ ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଜାରି ରହିପାରେ ବର୍ଷା ।

Leave A Reply

Your email address will not be published.

14 − 11 =