ଭୁବନେଶ୍ୱର, ନୂଆବର୍ଷ ଅବ୍ୟବହିତ ପୂର୍ବରୁ ଆଜି ରାତିରେ ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ଆଜି ରାତି ୧୦ଟାରୁ ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ଏନେଇ ଟ୍ୱିଟ କରି ଜଣାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । କରୋନାର ନୂଆ ଷ୍ଟ୍ରେନ ଆତଙ୍କ ସୃଷ୍ଟି କରିଥିବା ବେଳେ ନୂଆବର୍ଷରେ ଅଧିକ ଭିଡ ହେବା ସଂକ୍ରମଣ ବଢ଼ାଇପାରେ ବୋଲି ଆଶଙ୍କା କରାଯାଉଛି ତେଣୁ ସତର୍କତା ଅବଲମ୍ବନ କରିବାକୁ ଯାଇ ଏଭଳି ନିଷ୍ପତ୍ତି ନିଆଯାଇଛି । ଏଥିରେ ସହଯୋଗ ପାଇଁ ଲୋକଙ୍କୁ ସରକାର ନିବେଦନ କରିଛନ୍ତି ।