ଏଏନଏସ୍ : ରାଜ୍ୟରେ ଏବେ ସବୁଠି ଦରଦାମ ଆକାଶଛୁଆଁ । ନିତ୍ୟବ୍ୟବହାର୍ଯ୍ୟ ଦାମ ଆକାଶଛୁଆଁକୁ ନେଇ ଚିନ୍ତାରେ ମଧ୍ୟବିତ୍ତ । ଆଉ ରାଜ୍ୟରେ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଆକାଶଛୁଆଁକୁ ନେଇ ମୁଲତବୀ ଆଲୋଚନାରେ ଭାଗ ନେଇ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କହିଛନ୍ତି, ସରକାରଙ୍କୁ ଦେଢ଼ ମାସ ପୁରିନି ଦରଦାମ ଆକାଶଛୁଆଁ ହେଇଛି । ଗରିବ ଓ ମଧ୍ୟବିତ୍ତଙ୍କ ପ୍ରମୁଖ ଖାଦ୍ୟ ଆଳୁ, ଡାଲି, ଟମାଟୋ, ପିଆଜ ଏବେ ଆକାଶ ଛୁଆଁ ହୋଇଛି ।
ଏଥିସହ ନିରଞ୍ଜନ ପୂଜାରୀ ଗୃହରେ ମନ୍ତ୍ରୀ ରଖିଥିବା ତଥ୍ୟକୁ ଦର୍ଶାଇ କହିଛନ୍ତି, ଆଳୁ ୧୮ ଟଙ୍କା ଓ ପିଆଜ ୩୦ ଟଙ୍କା ରହିଛି କିନ୍ତୁ ମନ୍ତ୍ରୀଙ୍କ ତଥ୍ୟ ଓ ବାସ୍ତବତା ସମ୍ପୂର୍ଣ ଭିନ୍ନ ବୋଲି କହିଛନ୍ତି ନିରଞ୍ଜନ ପୂଜାରୀ । ସରକାର ଉତ୍ତର ପ୍ରଦେଶରୁ ଆଳୁ ଆଣିଲେ ଦରଦାମ ନିୟନ୍ତ୍ରଣ ହେବ ବୋଲି କହିଛନ୍ତି ବିଧାୟକ ନିରଞ୍ଜନ ପୂଜାରୀ । ହାତରୁ ଭୋଟ କାଳୀ ଚି଼ହ୍ନ ଲିଭିନି, ସବୁଆଡେ ଜିଏସଟି ଲାଗୁ ହୋଇଗଲାଣି, ଯେଉଁଥିପାଇଁ ଜିଓ ଦର ଦୁଇଗୁଣା ହୋଇଯାଇଛି ବୋଲି କହି ସରକାରକୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ।
ରାଜ୍ୟରେ ଦରଦାମ ଆକାଶଛୁଆଁ : ସରକାରକୁ ଘେରିଲେ ନିରଞ୍ଜନ ପୂଜାରୀ#AnsOdia #AnsNews #NiranjanPujari #Assembly #Odisha https://t.co/TDOscJS1lq
— ANSNEWS (@AnsOdia) July 30, 2024
ସେ କହିଛନ୍ତି ଯେ, ବର୍ତ୍ତମାନ ଆଳୁ ଦର ସରକାର କହୁଥିବାବେଳେ ମାର୍କେଟରେ ଭିନ୍ନ ଦର ରହିଛି । କଟକରେ ଆଳୁ ୪୦ରୁ ୫୦ ଟଙ୍କା, ପିଆଜ ୫୦ ଟଙ୍କାରେ କିଲୋପ୍ରତି ବିକାଯାଉଛି । ଟମାଟୋ -୧୦୦, ଭେଣ୍ଡି – ୯୦, କଲରା – ୯୦ ଏବଂ ପୋଟଳ – ୮୦ ଟଙ୍କାରେ ବିକ୍ରି କରାଯାଉଛି । ମୁଢି ଓ ଚୁଡାରେ ଜିଏସଟି ଲଗାଯାଇଛି । ଜିଏସଟି ପ୍ରତ୍ୟାହାର ଦାବି ହୋଇଥିଲେ ସୁଦ୍ଧା, ପ୍ରତ୍ୟାହାର କରାଯାଇନି । ଚାଉଳ ଦର ସରକାରଙ୍କ ନିୟନ୍ତ୍ରଣ ରହିଥିଲେ ବି ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଧାନର ଏମଏସପି ୩୧୦୦ ହେଲେ ଚାଉଳ ଦର ୭୦ ଟଙ୍କା ହେବ । ମୁଦ୍ରାସ୍ପ୍ରିତି ହାର ବଢ଼ିବାରେ ଲାଗିଛି, ୬.୪% ମୁଦ୍ରାସ୍ପ୍ରିତି ରହିଛି । ମୁଣ୍ଡ ପିଛା ଆୟ କମ ରହିଛି, ତେଣୁ ଦର ନିୟନ୍ତ୍ରଣ କରିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ୱ । ଦର ବଢିବା ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ କହିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ନିରଞ୍ଜନ ପୂଜାରୀ ।