ରାଜୁ ଭରିବେ ନାମାଙ୍କନ

ଭୁବନେଶ୍ୱର(ଏଏନଏସ)୧୪/୧୦, ଦାମନଗର ଉପନିର୍ବାଚନ ପାଇଁ ଜୋର ଧରିଛି ରାଜନୀତି । ବିଜେଡି, ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀ ମାନଙ୍କ ନାମ ଘୋଷଣା କରିବା ପରେ ୩ଟି ଯାକ ଦଳରେ ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୋଷ ଦେଖା ଦେଇଛି । ଏହାରି ଭିତରେ ଶାସକ ବିଜେଡି ଦଳର ଅସନ୍ତୋଷ ଚରମସୀମାରେ ପହଞ୍ଚିଛି । ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସେଠାରେ ମହିଳା କାର୍ଡ ଖେଳି ଦଳୀୟ କର୍ମୀ ମାନଙ୍କ ମଧ୍ୟରେ ଥିବା ଅସନ୍ତୋଷକୁ ଚାପି ଦେବା ପାଇଁ ଚେଷ୍ଟା କରିଥିବା ବେଳେ ଏହା ସମ୍ଭବ ହୋଇପାରି ନାହିଁ । ବିଜୁ ଜନତା ଦଳର ବିଦ୍ରୋହୀ ପ୍ରାର୍ଥୀ ଭାବେ ରାଜୁ ଦାସ ପ୍ରାର୍ଥୀପତ୍ର ଦାଖଲ କରିବେ । ବିଜେଡି ତରଫରୁ ଧାମ ନଗର ପାଇଁ ଅବନ୍ତି ଦାସଙ୍କୁ ଦଳ ପ୍ରାର୍ଥୀ କରିଛି । ଯାହାକୁ ସହଜରେ ଦଳୀୟ କର୍ମୀ ଗ୍ରହଣ କରିପାରୁ ନାହାନ୍ତି । ଅନ୍ୟପଟେ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୁରଜ ସୂର୍ଯ୍ୟବଂଶୀଙ୍କୁ ବିଜେପି ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି । ଅନୁକମ୍ପା ଭୋଟ ପାଇ ବିଜେପି ନିର୍ବାଚନ ବୈତରଣୀ ପାର ହେବା ପାଇଁ ଯୋଜନା କରୁଥିବା ବେଳେ ଶାସକ ବିଜେଡି ମୁଖ୍ୟ ମନ୍ତ୍ରୀଙ୍କ ଭାବ ମୂର୍ତ୍ତି ଓ ଲୋକାଭୀମୁଖୀ ପ୍ରକଳ୍ପକୁ ନେଇ ନିର୍ବାଚନ ଲଢୁଥିବା ବେଳେ କଂଗ୍ରେସ ଦଳ ମଧ୍ୟ ନିର୍ବାଚନରେ ଭଲ କରିବ ବୋଲି ଆଶା ପୋଷଣ କରିଛନ୍ତି । ତେବେ ଜନମତ କାହା ସପକ୍ଷରେ ହେବ ଗଣତି ପରେ ଜଣାପଡିବ ।

Leave A Reply

Your email address will not be published.