election

ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନାମାଙ୍କନପତ୍ର ଦାଖଲର ଶେଷ ଦିନ 

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ): ଓଡିଶାର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନପତ୍ର ଦାଖଲ କରିବାର ଆଜି ଶେଷ ଦିନ। ଚାରିଟି ଲୋକସଭା ଏବଂ ୨୮ ଟି ବିଧାନସଭା ଆସନ ପାଇଁ ୧୮ ଏପ୍ରିଲ ୨୦୨୪ଠାରୁ ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ନାମାଙ୍କନ ପ୍ରକ୍ରିୟା ଓଡିଶାରେ ଆରମ୍ଭ ହୋଇଥିଲା। ସୂଚନାଯୋଗ୍ୟ ପ୍ରାର୍ଥୀମାନେ ୨୫ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ। ୨୬ ଏପ୍ରିଲରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଶେଷ ଦିନ ୨୯ ଏପ୍ରିଲ୍ ରହିଛି।

ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରାର୍ଥୀମାନଙ୍କୁ ନାମାଙ୍କନପତ୍ର ଦାଖଲ ବେଳେ ବଡ଼ ରାଲି ନକରିବାକୁ ଅନୁରୋଧ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ମେ ୧୩ରେ ମତଦାନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଆଦି ଚାରୋଟି ଲୋକସଭା ଆସନ ସହିତ ୨୮ ଟି ବିଧାନସଭା ଆସନରେ ​​ମତଦାନ ଅନୁଷ୍ଠିତ ହେବ।

ଅନ୍ୟମାନଙ୍କୁ ଜଣାନ୍ତୁ।