ପୁରୀ ଅର୍ବାନ କୋପେରେଟିଭ ବ୍ୟାଙ୍କର ନିର୍ବାଚନ ପାଇଁ ଦାଖଲ ହେଲା ନାମାଙ୍କନ ପତ୍ର

ପୁରୀ ଅର୍ବାନ କୋପେରଟିଭି ବାଙ୍କ ଲିଂ ନିମନ୍ତେ ଉପଯୁକ୍ତ ନିର୍ଦେଶକ ଓ ନିର୍ଦେଶୀକା ପଦବୀ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରାଯାଇଛି । ଉକ୍ତ ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ କାଳି ଚରଣ ନାୟକ, ବୃନ୍ଦାବନ ବେହେରା, ଚଣ୍ଡୀ ପ୍ରସାଦ ସିଂ, ରବି ନାରାୟଣ ଦାସ, ରଜନୀକାନ୍ତ ପଟନାୟକ, ପୁଷ୍ପା ମଞ୍ଜରୀ ପାତ୍ର, ମମତା ରାଣୀ ସାହୁ, ଅନିଲ କୁମାର ସାହୁ, ଉମାକାନ୍ତ ନାୟକ, ଅନିତା ପଟନାୟକ, ପ୍ରତାପ ମହାନ୍ତି, ସବିତା ବିଶୋଇ, ଡ଼: ପ୍ରଧାନ ଧୀରେନ୍ଦ୍ର ରାୟ, ପ୍ରାଣକୃଷ୍ଣ ସାହୁ, ରାଜଳଷ୍ମୀ ସାହୁ ସାମିଲ ଅଛନ୍ତି।

ସୂଚନାଯୋଗ୍ୟ ପୁରୀ ସମବ୍ୟୟ ବ୍ୟାଙ୍କର ନିର୍ବାଚନ ଅଧିକାରୀ ଡ଼: ଲଳିତେନ୍ଦୁ ସାହୁଙ୍କ ନିକଟରେ ଉକ୍ତ ପାର୍ଥିମାନେ ନାମାଙ୍କନ ଦାଖଲ କରିଛନ୍ତି । ଏନେଇ ଆସନ୍ତା ୯ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶିତ ହେବା ସହିତ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଏହି ତାରିଖ ମଧ୍ୟରେ କରିପାରିବେ । ଏଥି ମଧ୍ୟରେ ଆସନ୍ତା ୨୬ ତାରିଖରେ ପୁରୀ ଅର୍ବାନ କୋପେରେଟିଭ ବ୍ୟାଙ୍କର ନିର୍ବାଚନ ଅନୁଷ୍ଠିତ ହେବ ।

ଅନ୍ୟପଟେ ସବୁଠାରୁ ବଡ଼ କଥା ହେଉଛି ନାମାଙ୍କନ ପତ୍ର ଦାଖଲ ହେବା ପୂର୍ବରୁ ନିର୍ବାଚନ ଆଇନ ଉଲଂଘନ ପରିଲକ୍ଷିତ ହୋଇଥିଲା । ଖବର ଅନୁଯାୟୀ ପ୍ରାର୍ଥୀ ପତ୍ର ଦାଖଲ ସମୟରେ  ପୁରୀ ଅର୍ବାନ କୋପେରେଟିଭ ବ୍ୟାଙ୍କର ସମ୍ପାଦକ ଓ କେତେକ ବ୍ୟାଙ୍କର ନିର୍ଦ୍ଧିଷ୍ଟ କର୍ମଚାରୀ ପ୍ରାର୍ଥୀମାନଙ୍କ ପ୍ରଚାର କାର‌୍ୟ୍ୟରେ ସମ୍ପୃକ୍ତି ଥିବାରୁ ତାଙ୍କୁ ବିରୋଧ କରି ନିର୍ବାଚନ ଅଧିକାରୀଙ୍କ ନିକଟରେ ଉକ୍ତ ୧୫ ଜଣ ପ୍ରାର୍ଥୀ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ବ୍ୟାଙ୍କର ପରିଚାଳନା ପରିଷଦର ପୂର୍ବତନ ସଭାପତି ବ୍ୟାଙ୍କ ପରିସରରେ ବ୍ୟକ୍ତିଗତ ୨ ରୁ ଅଧିକ କାର ଗୁଡିକ ରଖି ଗ୍ୟାରେଜ କରିବା ହେତୁ ଏହା ମଧ୍ୟ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଏଥି ମଧ୍ୟରେ ଉକ୍ତ ପ୍ରାର୍ଥୀ ମଧ୍ୟରେ କ୍ଷୋଭ ପ୍ରକାଶ କରିବା ସହିତ ଆଗାମୀ ଦିନରେ ପୁରୀ ଅର୍ବାନ କୋପେରେଟିଭ ବ୍ୟାଙ୍କର ନିର୍ବାଚନ କିଭଳି ଭାବରେ ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ହେବ  ସେଥିପାଇଁ ଉକ୍ତ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.

sixteen − twelve =