You are currently viewing ଭାରତରେ ଦେଖାଯାଉଛି ମାଂସାହାରୀ ଉଭିଦ

ଭାରତରେ ଦେଖାଯାଉଛି ମାଂସାହାରୀ ଉଭିଦ

  • Post category:ଓଡିଶା
  • Reading time:1 mins read

ପୃଥିବୀରେ ଅନେକ ପ୍ରକାରର ଗଛ ଅଛି । ମଣିଷକୁ ଭଗବ।ନଙ୍କ ଦିଆଯାଇଥିବା ସମସ୍ତ ବରଦାନ ମଧ୍ୟରେ ବୃକ୍ଷଲତାର ଏକ ବିଶେଷ ସ୍ଥାନ ଅଛି । ବୃକ୍ଷଲତା ମଣିଷର ଜୀବନଚକ୍ର ମଧ୍ୟରେ ଏକ ବହୁତ ବଡ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି । ବୃକ୍ଷଲତା ଠାରୁ କେବଳ ଖାଦ୍ୟର ଆବଶ୍ୟକତା ପୂରଣ ହୋଇନଥାଏ ବରଂ ଦୁନିଆକୁ ସନ୍ତୁଳନ କରିବା ପାଇଁ ମଧ୍ୟ ଏହା ଜରୁରୀ ହୋଇଥାଏ । ଏହାମଧ୍ୟରେ ଏପରି ଏକ ଗଛର ସନ୍ଧାନ ମିଳିଛି ଯାହା ଅତ୍ୟନ୍ତ ଦୁର୍ଲଭ ଅଟେ । ପାହାଡିଆ ରାଜ୍ୟ ଉତ୍ତରାଖଣ୍ଡରେ ମିଳିଥିବା ଏହି ଗଛର ସବୁଠୁ ଆଶ୍ଚର୍ଯ୍ୟ କଲାଭଳି କଥା ହେଉଛିକି ଏହା ମାଂସାହାରୀ ଅଟେ । ଏହି ବୃକ୍ଷର ନାମ ହେଉଛି ଅଟ୍ରିକୁଲେରିୟା ଫର୍ସଲାଟା । ଯାହାକୁ ଚମେଲି ଜେଲର ମଣ୍ଡଳ ଘାଟି ନିକଟରେ ଖୋଜାଯାଇଛି ।

ବନ ବିଭାଗ ଏହି ମାଂସାହାରୀ ଗଛକୁ ବହୁତ ଦୁଲର୍ଭ କହିଛନ୍ତି । ଏହାକୁ ପାଇବା ବହୁତ କଷ୍ଟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ମାଂସହାରୀ ବୃକ୍ଷ ବିଷୟରେ । ସବୁଠାରୁ ବଡ କଥା ହେଉଛି କି ଏହି ମାଂସାହାରୀ ଗଉ ଉତ୍ତରାଖଣ୍ଡ ସମେତ ସମସ୍ତ ପଶ୍ଚିମି ହିମାଳୟରେ ମଧ୍ୟ ଦେଖାଯାଏ । ଏହି ଗଛ ମଶା ଏବଂ ଅନ୍ୟ ଛୋଟଛୋଟ କୀଟଙ୍କୁ ଖାଇଯାଇଥାଏ । ଏହି ଗଛ ବହୁତ ଦୁର୍ଲଭ ହୋଇଥାଏ । ଉତ୍ତରାଖଣ୍ଡର ବନ ବିଭାଗ ୨୦୨୧ ମସିହାରେ ଏହି ମାଂସାହାରୀ ବୃକ୍ଷକୁ ଖୋଜି ପାଇଥିଲେ । ବନବିଭାଗର ମୁଖ୍ୟ ବନ ସଂରକ୍ଷକଙ୍କ କହିବାନୁଯାୟୀ ଏହା ଏକ ଅତ୍ୟନ୍ତ ଜଟିଳ ଗଛ ଅଟେ । ଏହାର ଶାରୀରିକ ସଂରଚନା ବହୁତ ଅଲଗା ହୋଇଥାଏ । ଏହି ଗଛ ବିକ୍ୟୁମକୁ ଫ୍ରିଏଟ କରିଥାଏ ଯାହାଦ୍ୱାରା ନକରାତ୍ମକ ଶକ୍ତି ଜନ୍ମ ହୋଇଥାଏ । ଫଳରେ ଏହା ମଧ୍ୟରେ କୀଟ ଗୁଡିକ ପଶିଯାଆନ୍ତି । ବାୟୋଟିକ ପ୍ରେସର ଦ୍ୱାରା ଏହି ଗଛ ଦେଖାଯାଏ ନାହିଁ । ଯେଉଁସ୍ଥାନରେ ମାଟିର ଉର୍ବର କ୍ଷମତା କମ୍ ଥାଏ ସେଠାରେ ଏହି ଗଛ ବଢିଥାଏ । ଯାହଦ୍ୱାରା ଏହା କିଟ ମାନଙ୍କୁ ଖାଇଥାଏ । ମେଡିକାଲସ୍ତରରେ ଏହି ଗଛ ବହୁତ ଫାଇଦାକାରୀ ହୋଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।