ପୁରୀ ପଦଯାତ୍ରାକୁ ମିଳିଲାନି ଅନୁମତି, ପ୍ରସ୍ତୁତି ଦେଖି ଡରିଗଲା କି ପ୍ରଶାସନ

ପୁରୀ(ଏଏନଏସ)୨୬/୦୪, ଶ୍ରୀକ୍ଷେତ୍ରରେ ଐତିହ୍ୟ ପ୍ରକଳ୍ପକୁ ବିରୋଧ କରି ହେବାକୁ ଥିବା ପଦଯାତ୍ରାକୁ ମିଳିଲାନି ଅନୁମତି । ଆସନ୍ତାକାଲି ପୁରୀରେ ଏହି ପଦଯାତ୍ରା ହୋଇଥାନ୍ତା । ଏଥିପାଇଁ ଐତିହ୍ୟ ପ୍ରକଳ୍ପକୁ ବିରୋଧ କରୁଥିବା ଅନେକ ବ୍ୟକ୍ତି, ସଂଗଠନ ପୁରୀ ଆସିଥାନ୍ତେ । ନିଜେ ଭୁବନେଶ୍ୱର ସାଂସଦ ଅପରାଜିତା ମଧ୍ୟ ପଦଯାତ୍ରାରେ ସାମିଲ ହେବେ ବୋଲି କହିଛନ୍ତି । ଏବେ କିନ୍ତୁ ପଦଯାତ୍ରାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇନାହିଁ।

ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନର ଆବାହକ ବିନୟ ନୃସିଂହ ମହାପାତ୍ର କହିଛନ୍ତି, ଆସନ୍ତାକାଲି ପଦଯାତ୍ରା ହେବାର ଥିଲା । କିନ୍ତୁ ଏହି ପଦଯାତ୍ରାକୁ ଅନୁମତି ମିଳିନି । ତେଣୁ ଆଉ ପଦଯାତ୍ରା ନୁହେଁ କେବଳ ଆଲୋଚନା ମାଧ୍ୟମରେ ହେବ ସମାଧାନ । ଆଜି ଜିଲ୍ଲାପାଳଙ୍କ ସହ ବୈଠକ ପରେ ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନର ଆବାହକ ବିନୟ ନୃସିଂହ ମହାପାତ୍ର ଏହି ସୂଚନା ଦେଇଛନ୍ତି

ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ଏବେ ଶ୍ରୀକ୍ଷେତ୍ର ଦୁଇଗୋଷ୍ଠୀରେ ବିଭାଜିତ ହୋଇଛି। ସହରର ୯୦ ପ୍ରତିଶତ ଲୋକେ ପ୍ରକଳ୍ପ ସପକ୍ଷରେ ଥିବାବେଳେ ଆଉ କିଛି ରାଜନୈତିକ ଦଳର ନେତା ଓ ସଙ୍ଗଠନ ଏହାକୁ ବିରୋଧ କରୁଛନ୍ତି।  ଆନ୍ଦୋଳନକୁ ମୁହଁ ତୋଡ ଜବାବ ଦେବାକୁ ଯାଇ ପୁରୀର ଅଧିକାଂଶ ସଙ୍ଗଠନ ଏକଜୁଟ ହୋଇଥିଲେ । ତେଣୁ ଆସନ୍ତାକାଲି ପଦଯାତ୍ରା ହୋଇଥିଲେ ଆଇନ ଶୃଙ୍ଖଳା ବିଗିଡିବାର ସମ୍ବାବନା ମଧ୍ୟ ଥିଲା

ସୋମବାର ପୁରୀର ଅନେକ ସଙ୍ଗଠନ, ଶ୍ରୀମନ୍ଦିର ସେଵାୟତ,ଶ୍ରୀକ୍ଷେତ୍ର ସୁରକ୍ଷା ମଞ୍ଚ, ଭୂସମ୍ପତ୍ତି ସୁରକ୍ଷା ପରିଷଦ,ରୋଗୀ କଲ୍ୟାଣ ସୁରକ୍ଷା ସମିତି, ଆଠସାହି ଆଖଡ଼ା କମିଟି ପକ୍ଷରୁ ପ୍ରକଳ୍ପକୁ ସମର୍ଥନ ଜଣାଇ ଜିଲ୍ଲାପାଳଙ୍କୁ ଭିନ୍ନଭିନ୍ନ ଦାବିପତ୍ର ଦେଇଥିଲେ। ସମସ୍ତ ସଙ୍ଗଠନ ପକ୍ଷରୁ ୨୭ ତାରିଖ ପ୍ରତିବାଦ ପଦଯାତ୍ରାକୁ ବିରୋଧ କରି ମାର୍କେଟ ଛକରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା।

Leave A Reply

Your email address will not be published.

one × 2 =