You are currently viewing ଗୁଗୁଲରେ ବିରୋଧୀ ଦଳ ନେତାଙ୍କ ନାଁରେ ଅଶାଳୀନ ଭାଷା

ଗୁଗୁଲରେ ବିରୋଧୀ ଦଳ ନେତାଙ୍କ ନାଁରେ ଅଶାଳୀନ ଭାଷା

ଭୁବନେଶ୍ୱର: ଗୁଗୁଲରେ ଅଶାଳୀନ ଭାଷାରେ ଲେଖା ଆସୁଛି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ବିଷୟରେ |ଗୁଗୁଲ କୁ ଯାଇ ପ୍ରଦୀପ୍ତ ନାୟକଙ୍କ ଉଇକିପିଡ଼ିଆ ମାରିଲେ ପ୍ରଥମେ ଖରାପ ଭାଷାରେ ତାଙ୍କୁ ନେଇ ଲେଖା ଆସୁଛି |ତେବେ କିଏ ଓ କାହିଁକି ଏମିତି କଲା ତାକୁ ନେଇ ବର୍ତ୍ତମାନ ରାଜନୈତିକ ଓ ସାଧାରଣ ସ୍ତରରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି |
ସୂଚନାଥାଉ କି, ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ନବୀନଙ୍କ ଗସ୍ତକୁ ସରକାରୀ ଅର୍ଥର ଅପବ୍ୟବହାର ବୋଲି କହିବା ସହ ସେ ଅଭିଯୋଗ କରିଥିଲେ, ବିଜେପିର ନିର୍ବାଚିତ ଜନପ୍ରତିନିଧିଙ୍କୁ କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଇଛି। ଏପରକି କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ। ସଭାରେ ସମସ୍ତଙ୍କର କରୋନା ଟେଷ୍ଟ ପରେ ବି ମୁଖ୍ୟମନ୍ତ୍ରୀ ସଭାରେ ତାଙ୍କ ବସିବା ପାଇଁ ଅଲଗା ମଞ୍ଚ ବ୍ୟବସ୍ଥା ହୋଇଥିବାରୁ ଏ ନେଇ ପ୍ରଶ୍ନ ଉଠାଇଛନ୍ତି। ସେହିପରି ଏହି ବ୍ୟୟବହୁଳ କାର୍ଯ୍ୟକ୍ରମକୁ ନେଇ ମଧ୍ୟ ପ୍ରଦୀପ୍ତ ଆପତ୍ତି ଉଠାଇବା ସହ କାର୍ଯ୍ୟକ୍ରମ ଲାଗି କେଉଁଠୁ ଏତେ ଟଙ୍କା ଆସିଲା ବୋଲି ପ୍ରଶ୍ନ କରିଥିଲେ । ସରକାରୀ କାର୍ଯ୍ୟକ୍ରମକୁ ବିଜେଡି ଦଳୀୟ କାର୍ଯ୍ୟକ୍ରମ ଭଳି କରୁଥିବା ବି ଅଭିଯୋଗ କରିଥିଲେ ପ୍ରଦୀପ୍ତ ନାୟକ ।

ଅନ୍ୟମାନଙ୍କୁ ଜଣାନ୍ତୁ।