ଘୁଞ୍ଚିଲା ବାଚସ୍ପତି ନିର୍ବାଚନ, ୨୧ ପରିବର୍ତ୍ତେ ୨୨ରେ ହେବ ନିର୍ବାଚନ

ଏଏନଏସ୍: ଘୁଞ୍ଚିଲା ବାଚସ୍ପତି ନିର୍ବାଚନ। ଆସନ୍ତା ୨୧ ପରିବର୍ତ୍ତେ ୨୨ରେ ହେବ ବାଚସ୍ପତି ନିର୍ବାଚନ। ୨୨ ତାରିଖ ସକାଳ ୯.୩୦ ମିନିଟ୍ ରେ ହେବ ବାଚସ୍ପତି ନିର୍ବାଚନ। ପୂର୍ବରୁ ୨୧ ତାରିଖରେ ବାଚସ୍ପତି ନିର୍ବାଚନ ନେଇ ତାରିଖ ସ୍ଥିର କରାଯାଇଥିଲା। କିନ୍ତୁ ଏହି ତାରିଖ ଘୋଷଣାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ବିରୋଧୀ।

ବିରୋଧୀଙ୍କ ଉଦବେଗକୁ ଦୃଷ୍ଟିରେ ରଖି ବାଚସ୍ପତି ନିର୍ବାଚନ ପାଇଁ ତାରିଖ ପରିବର୍ତ୍ତନ କରିଛନ୍ତି ସରକାର। ଏନେଇ ୨୧ ପରିବର୍ତ୍ତେ ୨୨ ତାରିଖରେ ବାଚସ୍ପତି ନିର୍ବାଚନ ହେବ। ଏହାଛଡା ୨୨ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଏହି ନିର୍ବାଚନ ଶେଷ ହେବ। ତେବେ ବାଚସ୍ପତି କିଏ ହେବ ତାହାକୁ ନେଇ ସସପେନ୍ସ ରହିଛି। ଆସନ୍ତା ୧୮ ତାରିଖରେ ନାମାଙ୍କନପତ୍ର ଦାଖଲ ହେବାକୁ ଥିବା ବେଳେ ଆଜି ସନ୍ଧ୍ୟା କିମ୍ବା ଆସନ୍ତାକାଲି ସୁଦ୍ଧା ବାଚସ୍ପତି କିଏ ହେବ ତାହାର ସୂଚନା ସାମ୍ନାକୁ ଆସିବ।

Leave A Reply

Your email address will not be published.