You are currently viewing ପହଣ୍ଡି ଅଘଟଣର ପ୍ରତିକାର ପାଇଁ ହେବ ପୂଜା ଅର୍ଚ୍ଚନା : ଆଇନ ମନ୍ତ୍ରୀ ପୃଥ୍ୱୀରାଜଙ୍କ ସୂଚନା

ପହଣ୍ଡି ଅଘଟଣର ପ୍ରତିକାର ପାଇଁ ହେବ ପୂଜା ଅର୍ଚ୍ଚନା : ଆଇନ ମନ୍ତ୍ରୀ ପୃଥ୍ୱୀରାଜଙ୍କ ସୂଚନା

ଏଏନଏସ : ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଅଘଟଣର ପ୍ରତିକାର ପାଇଁ ହେବ ପୂଜା ଅର୍ଚ୍ଚନା । ପ୍ରତିକାର ପାଇଁ ରୀତିନୀତି ଅନୁସାରେ ପୂଜା କରିବେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ପୂଜା ବିଧି ପାଇଁ ପଣ୍ଡିତଙ୍କ ସହିତ କଥାବାର୍ତ୍ତା ହୋଇଛୁ । ସେମାନେ ଖୁବଶୀଘ୍ର ସମୟ ନିର୍ଘଣ୍ଟ ବାହାର କରିବେ । ଦୁର୍ଘଟଣାରେ ବଡ଼ ଠାକୁର ତଳେ ପଡ଼ିନାହାନ୍ତି କି ତାଙ୍କର କୌଣସି ଅଙ୍ଗ ତଳେ ଲାଗି ନଥିଲା । ସେନେଇ ତଦନ୍ତ ହୋଇସାରିଛି > ତେବେ ଅବହେଳା କାରଣରୁ ଏପରି ଅଘଟଣ ହୋଇଥିବା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ତେବେ ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଆଡ଼ପ ମଣ୍ଡପ ବିଜେ ଅଘଟଣ ପୁନରାବୃତ୍ତି ନହେବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଆଡ଼ପ ମଣ୍ଡପ ପହଣ୍ଡି ବିଜେ ସମୟରେ ବଳଭଦ୍ର ପଡ଼ିଯିବା ଘଟଣାର ରିପୋର୍ଟ ଆସିଛି କିନ୍ତୁ ତାହା ଅସମ୍ପୂର୍ଣ୍ଣ ଅଛି । ତେବେ ସମ୍ପୂର୍ଣ୍ଣ ରିପୋର୍ଟ ଆସିବା ପରେ ଆଡ଼ପ ମଣ୍ଡପ ବିଜେ ଅଘଟଣର ପୁଣି ସମୀକ୍ଷା କରାଯିବ ବୋଲି କହିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଅନ୍ୟମାନଙ୍କୁ ଜଣାନ୍ତୁ।