ଏଏନଏସ : ଓଡ଼ିଶାକୁ ମୋଦି ସରକାରଙ୍କ ବଡ ଭେଟି । ଓଡ଼ିଶାକୁ ୬ ରେଳ ପ୍ରକଳ୍ପ ପାଇଁ ମିଳିଲା ୧୫ ହଜାର କୋଟି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ରେଲୱେର ୬ଟି ବୃହତ ଓ ମଧ୍ୟମ ପ୍ରକଳ୍ପ କାର୍ୟ୍ୟକାରୀ ହେବାକୁ ଯାଉଛି । ଦେଶରେ ମୋଟ ୮ଟି ବଡ଼ ଓ ମଧ୍ୟମ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଥିଲା । ସେଥିରୁ ୬ଟି ପ୍ରକଳ୍ପ ଓଡ଼ିଶାରେ ହେଉଥିବା ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।
ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି ମାଲକାନଗିରି, ନବରଙ୍ଗପୁର ଓ ରାୟଗଡା ଜିଲ୍ଲା ଏହି ପ୍ରକଳ୍ପର ଅଧିକ ଲାଭ ପାଇବେ । ଏହି ପ୍ରକଳ୍ପ ଆକାଂକ୍ଷୀ ଜିଲ୍ଲା, ଆଦିବାସୀ ବହୁଳ ଅଞ୍ଚଳ ପାଇଁ ବିକାଶର ମାଧ୍ୟମ ପାଲଟିବ । ଯାତ୍ରୀ ପରିବହନ ଓ ମାଲ ପରିବହନକୁ ଅଧିକ ସୁଗମ କରିବ। ଗତକାଲି ମୋଟ ୮ଟି ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରି ମିଳିଥିଲା । ୮ଶହ କିମି ନୂଆ ରେଳ ପାଇଁ ୨୪ହଜାର ୬୫୭ କୋଟି ଟଙ୍କା ଖର୍ଚ୍ଚ ହେବ। ୬ଟି ରେଳ ଲାଇନ ମଧ୍ୟରୁ ମାଲକାନଗିରି-ପାଣ୍ଡୁରଙ୍ଗପୁରମ୍ ରେଳ ଲାଇନ ଓଡ଼ିଶା, ଆନ୍ଧ୍ରପ୍ରଦେଶ ସେମତ ତେଲେଙ୍ଗାନାକୁ ସଂଯୋଗ କରିବ । ସେହିପରି ବୁଝାମରାରୁ-ଚକୁଳିଆ ଓଡ଼ିଶା ସହ ଝାଡକଣ୍ଡ ଓ ପଶ୍ଚିମବଙ୍ଗକୁ ଯୋଡିବ ।