ମାନସିକ ଅସ୍ଥିରତା ଦୂର କରିବା ପାଇଁ ଆରମ୍ଭ ଶିଶୁ ଜନସଂପର୍କ ଅଭିଯାନ

ଭୁୁବନେଶ୍ୱର, ଜାନୁଆରି ୨୦ରୁ ଆରମ୍ଭ ହେବାକୁଯାଉଛି ଶିଶୁ ଜନସଂପର୍କ ଅଭିଯାନ ।ଏହି ଅଭିଯାନର ଶୁଭାରମ୍ଭ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଦ୍ୱାରା ପୁରୀରୁ ଆରମ୍ଭ କରାଯିବ । ପ୍ରଥମ ପର୍ଯ୍ୟାୟରେ ପୁରୀର ଡେଲାଙ୍ଗ, କଣାସ, ପିପିଲି ବ୍ଲକରେ ହେବ ।
ପରେ ଭୁବନେଶ୍ବରର ସବୁ ବସ୍ତି ଓ ଅନ୍ୟ ଜିଲ୍ଲାମାନଙ୍କରେ ଅଭିଯାନ କାର୍ଯ୍ୟ ହେବ । କୋଭିଡ ବେଳେ ଘରେ ରହୁଥିବା ଯୋଗୁଁ ସେମାନଙ୍କ ମାନସିକ ଅସ୍ଥିରତା ଦୂର କରିବା ପାଇଁ ଏଭଳି ପ୍ରୟାସ କରିବ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଶିଶୁଙ୍କ ଅଭିଯୋଗ ଶୁଣାଣି ସହ ସମାଧାନର ପ୍ରୟାସ କରିବ ଆୟୋଗ । ଏନେଇ ସୂଚନା ଦେଇଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ।

Leave A Reply

Your email address will not be published.