ଅଜ୍ଞାତବାସରୁ ଫେରି ନିର୍ଦ୍ବନ୍ଦରେ ଜିତାଇଲେ ରିତୁଙ୍କୁ

ସୁନାବେଡା(ଏଏନଏସ)୦୯/୦୪, ଗୁରୁବାର ଥିଲା ବହୁ ପ୍ରତୀକ୍ଷିତ ସୁନାବେଡା ପୌରପାଳିକାର ଉପାଧ୍ୟକ୍ଷ ଚୟନର ଦିନ। ମଙ୍ଗଳବାର ଠାରୁ ଅଜ୍ଞାତ ବାସରେ ଥିବା ବିଜୁ ଜନତା ଦଳର ୨୦ କାଉନସିଲର୍ ଆଜି ୧୧ନଂ ୱାର୍ଡର କାଉନସିଲର୍ ରିତୁ କଣ୍ଟାଙ୍କୁ ନିର୍ଦ୍ବନ୍ଦରେ ଉପାଧ୍ୟକ୍ଷ ଆସନରେ ବସାଇଛନ୍ତି । ଗୁରୁବାର ପୂର୍ବାହ୍ନ ୧୦ଟାରେ କାର୍ଯ୍ୟାଳୟରେ ପହଞ୍ଚି ରିତୁ କଣ୍ଟା ଉପାଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ଉପାଧ୍ୟକ୍ଷ ପଦବୀ ପୂରଣ ପାଇଁ ପ୍ରଶାସନ ପକ୍ଷରୁ ସକାଳ ୧୦ଟା ରୁ ସକାଳ ୧୧ଟା ମଧ୍ୟରେ ପାର୍ଥିପତ୍ର ଦାଖଲ,୧୧ ରୁ ୧୨ଟା ଯାଞ୍ଚ ଓ ବାରଟା ଠାରୁ ଗୋଟାଏ ପର୍ଯ୍ୟନ୍ତ ପାର୍ଥିପତ୍ର ପ୍ରତ୍ୟାହାର ଏବଂ ଅପରାହ୍ନ ଗୋଟାଏ ରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବୁଧବାର ଜିଲ୍ଲା ବିଜେଡି ସଭାପତି ଇଶ୍ବର ଚନ୍ଦ୍ର ପାଣିଗ୍ରାହୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ବନ୍ଦ ଲଫାପା ମଧ୍ୟରେ ଉପାଧ୍ୟକ୍ଷ ପ୍ରାର୍ଥୀଙ୍କ ନାମ ଆସିବ। ଏବଂ ଲଫାପା ମଧ୍ୟରୁ ଯେଉଁ କାଉନସିଲର୍ ଙ୍କ ନାଁ ବାହାରିବ ସେ ହିଁ ପ୍ରାର୍ଥୀ ପତ୍ର ଦାଖଲ କରିବେ। ଏହି ଦଳୀୟ ନିଷ୍ପତ୍ତି ଅନୁଯାୟୀ ରିତୁ କଣ୍ଟାଙ୍କ ନାମ ଲଫାପା ଭିତରେ ରହିଥିବାରୁ ସେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ନିର୍ବାଚନ ଅଧିକାରୀ ଭାବେ କୋରାପୁଟ ଏ.ଡି.ଏମ ଶ୍ରୀ ରାଜେନ୍ଦ୍ର ମାଝୀ ଦାୟିତ୍ୱ ତୁଲାଇଥିଲେ। ଏଥିସହ ପୋୖରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଗୋବିନ୍ଦ ଦନସେନା ,ଗୋଷ୍ଠି ସଂଯୋଜକ ଚିତ୍ତ ରଞ୍ଜନ ସାହୁ, ଲଷ୍ମୀଧର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ନିର୍ବାଚନି ସଭାରେ ପାର୍ଥିନୀଙ୍କ ସମର୍ଥକ ରୂପେ ଗଜେନ୍ଦ୍ର ମାଝୀ ଓ ପ୍ରସ୍ତାବକ ଭାବରେ ଦୟାନନ୍ଦ କୁଲଦୀପ ଓ ଏଜେଣ୍ଟ ଭାବେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ରହିଥିଲେ ।ଶେଷରେ ନିର୍ବାଚନ ଅଧିକାରୀ ଶ୍ରୀ ମାଝୀ ରିତୁ କଣ୍ଟାଙ୍କୁ ନିର୍ଦ୍ୱନ୍ଦରେ ବିଜୟ ହୋଇଥିବା ଘୋଷଣା କରିଥିଲେ ।ପରେ ଢେମ୍ସାନାଚ ସହ ଗୀତର ତାଳେତାଳେ ସୁନାବେଡା ପୋୖରପରିଷଦ କାର୍ଯ୍ୟଳୟ ଠାରୁ ସେମିଳିଗୁଡା ଭେଣ୍ଡିଙ୍ଗ୍ ଜୋନ୍ ପର୍ଯ୍ୟନ୍ତ ବିଜୟ ରାଲିର ଆୟୋଜନ କରାଯାଇଥିଲା। । ଏଥିରେ କୋରାପୁଟ ବିଧାୟକ ଶ୍ରୀ ରଘୁରାମ ପାଡାଲ , ପୂର୍ବତନ ସାଂସଦ ଝିନ୍ନ ହିକ୍କକା, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି, ବିଜେଡି ଯୁବ ସଭାପତି ଅମିତ ଅଗ୍ରୱାଲ, ପୋୖର ପରିଷଦ ସଭାପତି ବିଜୟ ରାଉତ, ଜିଲ୍ଲା ସମ୍ପାଦକ ବିଜୟ ଚନ୍ଦ୍ର ପଣ୍ଡାଙ୍କ ସମେତ ବିଜେଡି ଦଳର ବହୁ ସମର୍ଥକ ଉପସ୍ଥିତ ଥିଲେ।

Leave A Reply

Your email address will not be published.