ଓଲଟିଲା ଦୁଇ ଦୁଇଟି ତୀର୍ଥଯାତ୍ରୀ ବସ୍‌

ଜଳେଶ୍ୱର(ଏଏନଏସ)୧୩/୧୦, ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ହଳଦୀପଦା ନିକଟରେ ଓଲଟିଲା ବସ୍‌। ଦୁର୍ଘଟଣାରେ ୧୫ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପଶ୍ଚିମବଙ୍ଗରୁ ଜଗାକାଳିଆ ନାମକ ଏକ ଘରୋଇ ବସ୍‌ ଚାନ୍ଦବାଲି ଯାଉଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୧୫ଜଣ ଆହତ ହୋଇଛନ୍ତି। ବସ୍‌ରେ ୬୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିଲେ। ୬୦ ନମ୍ବର ଜାତୀୟ ରାଜପଥରେ ଓଲଟିଲା ଦୁଇ ଦୁଇଟି ତୀର୍ଥଯାତ୍ରୀ ବସ୍‌। ୨୨ଯାତ୍ରୀ ଆହତ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ୬୦ନଂ ଜାତୀୟ ରାଜପଥର ଲକ୍ଷ୍ମଣ ଟୋଲ ଗେଟ୍‌ ନିକଟରେ ଦୁର୍ଘଟଣା । ତାର୍ଥଯାତ୍ରୀ ବସ୍‌କୁ ଧକ୍କା ଦେଲା କଣ୍ଟେନର। ଜୟବାବା ନାମକ ଏକ ଘରୋଇ ବସ୍‌ ପଶ୍ଚିମବଙ୍ଗରୁ ପୁରୀ ଆସୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ୍‌ରେ ଥିବା ୭ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.