କାମାକ୍ଷାନଗର ୦୯/୧୦, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିକଟରେ ଘଟିଛି ଦୁର୍ଘଟଣା । ଯାତ୍ରୀବାହି ବସ ଓଲଟି ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବରରୁ ପ୍ରକାଶ ଯେ ଶନିବାର ବିଳମ୍ବିତ ରାତିରେ ରୋନୀ ନାମକ ଏକ ବସ୍ ରାଉରକଲୋରୁ ଯାତ୍ରୀ ନେଇ ଯାଜପୁର ଅଭିମୁଖେ ଯାଉଥିଲା । ହେଲେ ଜାତୀୟ ରାଜପଥ ୧୪୯ ଭେଜିଆ ଶିବ ମନ୍ଦିର ନିକଟରେ ବସ୍ଟି ଭାରସାମ୍ୟ ହରାଇ ଓଲଟିପଡିଥିଲା । ଯାହାଫଳରେ ଗାଡିରେ ଯାତ୍ରୀଙ୍କ ମଧ୍ୟରୁ ୪ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ତାଳଚେର ସ୍ଥିତ ମଣ୍ଡାପାଳ ମେଡିକାଲରେ ଭର୍ତ୍ତି କରାଯାଇଛି ।