You are currently viewing ଅନଲାଇନ୍ ନ୍ୟୁଜ ଏବଂ ଓଟିଟି ପ୍ଲାଟଫର୍ମ ଏବେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନରେ ରହିବ

ଅନଲାଇନ୍ ନ୍ୟୁଜ ଏବଂ ଓଟିଟି ପ୍ଲାଟଫର୍ମ ଏବେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନରେ ରହିବ

ନୂଆଦିଲ୍ଲୀ, ଏବେ ସମସ୍ତ ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍, ଅନଲାଇନ୍ ବିଷୟବସ୍ତୁ ପ୍ରଦାନକାରୀ, ଓଟିଟି ପ୍ଲାଟଫର୍ମ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନରେ ରହିବ। ଏନେଇ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏ ସମ୍ପର୍କିତ ଏକ ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଟିଭି ଅପେକ୍ଷା ଅନଲାଇନ୍ ମିଡିଆର ନିୟନ୍ତ୍ରଣ ଅଧିକ ଗୁରୁତ୍ୱପୂର୍ଣ୍ଣ। ଅନଲାଇନ୍ ବିଷୟବସ୍ତୁ, ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ଓ ଓଟିଟି ପ୍ଲାଟଫର୍ମ ପାଇଁ ସରକାର କୌଣସି ବ୍ୟବସ୍ଥା କରିନଥିଲେ। ଏବେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନରେ ଏହାକୁ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।