ଖାଲିସ୍ତାନୀ ସମର୍ଥକ ତଥା ‘ଓ୍ବାରିସ ପଞ୍ଜାବ ଦି’ ମୁଖ୍ୟ ଅମୃତପାଲ ସିଂ ଗିରଫ । ଏହାସହ ଅମୃତପାଲଙ୍କ ଏକାଧିକ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ପଞ୍ଜାବ ପୋଲିସ । ଅମୃତପାଲଙ୍କୁ ଗିରଫ କରିବାକୁ ପଞ୍ଜାବ ପୋଲିସ ଆରମ୍ଭ କରିଥିଲା ‘ଅପରେସନ ଅମୃତ’ ପୂରା ରାଜ୍ୟର ପ୍ରାୟ ୩ ଶହ ସ୍ଥାନରେ ପୋଲିସ କରିଥିଲା ଚଢ଼ାଉ । ଏଥିପାଇଁ ପୋଲିସର ୫ଟି ଟିମ୍ ଗଠନ କରାଯାଇଥିଲା । ଅପରେସନ ଅମୃତ ପାଇଁ ରବିବାର ଦିନ ୧୨ଟା ପର୍ଯ୍ୟନ୍ତ ପଞ୍ଜାବରେ ଇଣ୍ଟନେଟ ସେବା ବନ୍ଦ ରଖାଯାଇଛି । ଗିରଫ ପୂର୍ବରୁ ଅମୃତପାଲଙ୍କ କିଛି ସମର୍ଥକ ସୋସିଆଲ ମିଡ଼ିଆରେ କିଛି ଭିଡିଓ ପୋଷ୍ଟ କରି ପୋଲିସ ସେମାନଙ୍କ ପିଛା କରୁଥିବା କହୁଥିବା ଦେଖିବାକୁ ମିଳିଥିଲା । ଗୋଟିଏ ଭିଡିଓରେ ଅମୃତପାଲ ଏକ ଗାଡ଼ିରେ ବସିଥିବା ବେଳେ ତାଙ୍କ ଜଣେ ସହଯୋଗୀ ପୋଲିସ ଆମ ପଛରେ ପଡ଼ିଛି କହୁଥିବା ଶୁଣିବାକୁ ମିଳିଥିଲା । ସୁଚନାଯୋଗ୍ୟ, ଗତମାସ ୨୩ ତାରିଖରେ ଅମୃତପାଲ ଏବଂ ତାଙ୍କ ସମର୍ଥକ ଏକ ଖଣ୍ଡା ଓ ପିସ୍ତଲ ଧରି ଅଜନାଲା ଥାନାରେ ପଶି ଯାଇଥିଲେ । ଜଣେ ସମର୍ଥକଙ୍କୁ ଛଡ଼ାଇବା ପାଇଁ ସେମାନେ ପୋଲିସ ଉପରକୁ ଆକ୍ରମଣ କରିଥିଲେ । ଏହି ଘଟଣା ପରେ ଅମୃତପାଲଙ୍କୁ ଗିରଫ ନକରିବା କାରଣରୁ ପଞ୍ଜାବ ପୋଲିସ ସବୁ ମହଲରେ ସମାଲୋଚନାର ଶିକାର ହେଉଛି । ଅମୃତସରର ଜଲ୍ଲାପୁର ଖେଡା ଗାଁରେ ଜନ୍ମିତ ଅମୃତପାଲ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛି । ସେ ନିଜକୁ ଖାଲିସ୍ତାନୀ ଆତଙ୍କବାଦୀ ଜେନେରାଲ ସିଂ ଭଣ୍ଡରାଓ୍ବାଲେର ସମର୍ଥକ ବୋଲି ଦାବି କରିଥାଏ । ଦୁବାଇରେ ରହି ସେ ଟ୍ରାନ୍ସପୋର୍ଟ କାମ କରୁଥିଲା । ଗତବର୍ଷ ନଭେମ୍ବରରେ ସେ ଦୁବାଇରେ ବିଜନେସ ବନ୍ଦ କରି ପଞ୍ଜାବ ପଳାଇ ଆସିଥିଲା । ଖାଲିସ୍ତାନ, ଭଣ୍ଡରାଓ୍ବାଲେ ଓ ଏମାନଙ୍କ ସମ୍ପର୍କରେ ଜଡିତ ସବୁ ଜ୍ଞାନ ସେ ଇଣ୍ଟରନେଟରୁ ପାଇଥିଲା ।
ଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅକୁ ହତ୍ୟା ଧମକସ୍ୱାସ୍ଥ୍ୟପାଇଁ ଉପକାରୀ ଆମ୍ବପତ୍ର