ବିିଜେଡିରୁ ବିଦା

ଭୁବନେଶ୍ୱର/ଭଦ୍ରକ(ଏଏନଏସ) ୧୯/୧୦, ଧାମ ନଗର ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପରେ ନିର୍ବାଚନ ମଇଦାନରେ ୩ଟି ଯାକ ପ୍ରମୁଖ ଦଳକୁ ମିଶାଇ ୫ଜଣ ପ୍ରତିଦ୍ୱନ୍ଦିତା କରଉଛନ୍ତି । କିନ୍ତୁ ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇବା । ମିଳିଥିବା ତଥ୍ୟ ମୁତାବକ ୨୦୧୯ ନିର୍ବାଚନରେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ଠାରୁ ପରାସ୍ତ ହୋଇଥିଲେ । ଇତି ମଧ୍ୟରେ ବିଷ୍ଣୁ ସେଠୀଙ୍କର ପରଲୋକ ହୋଇଥିବାରୁ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମ ନଗର ଉପନିର୍ବାଚନର ଆବଶ୍ୟକତା ପଡିଥିଲା ।

ବିଜେଡି ଦଳର ପ୍ରାର୍ଥୀ ହେବା ପାଇଁ ରାଜେନ୍ଦ୍ର ଦାସ ମନ ବଳାଇଥିଲା ବେଳେ ଦଳ ତରଫରୁ ତାଙ୍କୁ ଟିକେଟ ଦିଆଯାଇନଥିଲା । ତାଙ୍କ ବଦଳରେ ମହିଳା କାର୍ଡ ଖେଳିଥିଲା ବିଜେଡି । ଦଳ ତରଫରୁ ଅବନ୍ତୀ ଦାସଙ୍କୁ ବିଧାୟକ ପଦ ପାଇଁ ଟିକେଟ ଦିଆଯାଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ ରାଜେନ୍ଦ୍ର ଦାସ । ବିଜେଡି ଦଳ ତରଫରୁ ରାଜୁ ଦାସଙ୍କୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ପ୍ରବତ୍ତାଯାଇଥିବା ବେଳ ସେ ଏହାକୁ ମାନି ନଥିଲେ । ଯାହାକୁ ନେଇ ଦଳରେ ଅସନ୍ତୁଷ୍ଟ ଦେଖା ଯାଇଥିଲା । ତା’ର ପରିଣାମ ସ୍ୱରୁପ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ତାଙ୍କୁ ବିଜୁ ଜନତା ଦଳରୁ ସସ୍‌ପେଣ୍ଡ କରିଛନ୍ତି ।

Leave A Reply

Your email address will not be published.