ଭୁବନେଶ୍ୱର- ଚଳିତ ମାସ ୧୮ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ସମସ୍ତ କୋଭିଡ କଟକଣା ମଧ୍ୟରେ ଆରମ୍ଭ ହେବାକୁ ଯାଉଥିବା ବିଧାନସଭା ସୂତ୍ରରୁ ଜଣାପଡିଛି । ୧୬, ୧୭ ଦୁଇଦିନ ବିଧାନସଭା ଭିତରକୁ ଯିବାକୁ ଥିବା କର୍ମଚାରୀ ,ବିଧାୟକ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କର କୋଭିଡ ଟେଷ୍ଟ ହେବ ।
ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ବିଧାନସଭା ପେପର ଲେସ ହେବ ଅର୍ଥାତ୍ ‘ନେଭା’ ଆପ୍ ଜରିଆରେ ବିଧାନସଭାର ସମସ୍ତ ବିବରଣୀ ମିଳିପାରିବ । ଏଥିପାଇଁ ଏକ ଦୁଇଦିନିଆ କର୍ମଶାଳା ଆରମ୍ଭ ହୋଇଥିବା ଜଣାପଡିଛି ।