You are currently viewing ପାରାଦୀପ ବନ୍ଦର ହେବ ଗ୍ରିନ୍ ହାଇଡ୍ରୋଜେନ୍ ରପ୍ତାନି ହବ୍‌

ପାରାଦୀପ ବନ୍ଦର ହେବ ଗ୍ରିନ୍ ହାଇଡ୍ରୋଜେନ୍ ରପ୍ତାନି ହବ୍‌

ପାରାଦୀପ: ପାରାଦୀପ ବନ୍ଦର ହେବ ଗ୍ରିନ୍ ହାଇଡ୍ରୋଜେନ୍ ରପ୍ତାନି ହବ୍‌। କେନ୍ଦ୍ର ସରକାର କରିଥିବା ଯୋଜନା ଅନୁସାରେ ଦେଶର ତିନିଟି ବନ୍ଦରକୁ ଗ୍ରିନ୍ ହାଇଡ୍ରୋଜେନ୍ ରପ୍ତାନି ହବ୍‌ ଭାବେ ବିକାଶ କରାଯିବ । ସେହି ତାଲିକାରେ ଓଡ଼ିଶାର ପାରାଦୀପ, ଗୁଜରାଟର କାଣ୍ଡ୍‌ଲା ଓ ତାମିଲନାଡ଼ୁର ଟୁଟିକୋରିନ ବନ୍ଦରର ନାମ ରହିଛି। ଏହି ତିନି ବନ୍ଦରକୁ ଗ୍ରିନ୍ ହାଇଡ୍ରୋଜେନ୍, ଗ୍ରିନ୍ ଆମୋନିଆ ଓ ଗ୍ରିନ୍ ମିଥାନଲ୍‌ ପାଇଁ ରପ୍ତାନି ହବ୍ ଭାବେ ବିକାଶ କରାଯିବ।

ତେବେ ୨୦୩୦ ସୁଦ୍ଧା ବାର୍ଷିକ ୫ ନିୟୁତ ଟନ୍ ଗ୍ରିନ୍ ହାଇଡ୍ରୋଜେନ୍ ରପ୍ତାନି କରିବା ଲାଗି ସରକାର ଏକ ମହତ୍ବକାଂକ୍ଷୀ ଲକ୍ଷ୍ୟ ରଖିଛନ୍ତି। ଆସନ୍ତା ସାତ ବର୍ଷ ଭିତରେ ଏହି କାର୍ୟ୍ୟ ସମ୍ପାଦିତ ହେବର ଲକ୍ଷ୍ୟ ରଖିଛନ୍ତି ସରକାର ।

ଅନ୍ୟମାନଙ୍କୁ ଜଣାନ୍ତୁ।