ରହସ୍ୟମୟ ଭାରତର ଇତିହାସ। ଅନେକ ଅବିଶ୍ବସନୀୟ ଘଟଣାକୁ ନେଇ ଲେଖା ଇତିହାସର ପୃଷ୍ଟା। ଏମିତି ଅନେକ ଚମତ୍କାର ଘଟଣା ଘଟିଛି ଭାରତବର୍ଷରେ। ଯାହାକୁ ଆପଣ କେବଳ କାହାଣୀରେ ଶୁଣିଥିବେ। କିନ୍ତୁ ବାସ୍ତବରେ ସେସବୁ ସତ। ସେମିତି ଏକ କାହାଣୀ ପାରସ୍ ପଥରର। ଏହି ପଥର ଯାହା ପାଖରେ ରହୁଥିଲା ସେ ବ୍ୟକ୍ତି ଲୁହା ବସ୍ତୁକୁ ଛୁଇଁଲେ ସେ ସୁନାରେ ପରିଣତ ହୋଇଯାଉଥିଲା। ଏବେ ବି କିଛି ଦୁର୍ଗରେ ଏହି ପଥର ଥିବା କୁହାଯାଏ।
ଭୋପାଳଠାରୁ ୫୦ କିଲୋମିଟର ଦୂରରେ ଥିବା ରାଇସେନ୍ ଦୁର୍ଗରେ ଏହି ପଥର ଅଛି ବୋଲି ଆଜି ବି ଲୋକ ବିଶ୍ୱାସ କରନ୍ତି। ଯେଉଁଥିପାଇଁ ପ୍ରତିବର୍ଷ ଲୋକେ ପଥର ପାଇବା ପାଇଁ ଦୁର୍ଗ ଭିତରକୁ ଯାଇ ଖୋଳନ୍ତି। ୨୦୦ବର୍ଷ ପୂର୍ବେ ରାଇସେନ୍ ଦୁର୍ଗର ରାଜାଙ୍କ ପାଖରେ ଏହି ପଥର ଥିଲା। ଏହି ପଥର କୁ ହାସଲ କରିବା ପାଇଁ ଅନେକ ଥର ଯୁଦ୍ଧ ମଧ୍ୟ ହୋଇଛି। ଯେତେବେଳେ ଏହି ଦୁର୍ଗର ରାଜା ଅନୁଭବ କଲେ ଯେ ସେ ଯୁଦ୍ଧରେ ହାରିଯିବେ, ସେତେବେଳେ ସେ ଦୁର୍ଗରେ ଥିବା ପୋଖରୀ ଭିତରେ ପାରାସ୍ ପଥର ଫିଙ୍ଗିଥିଲେ|

ପରେ ସେ ଯୁଦ୍ଧ ସମୟରେ ମୃତ୍ୟୁ ବରଣ କଲେ। ପାରସ ପଥର ଦୁର୍ଗରେ ଲୁଚାଯାଇଥିବା ସନ୍ଦେହରେ ଅନେକ ରାଜା ଗୋପନରେ ଯାଇ ସେହି ଦୁର୍ଗ ଖୋଳିଛନ୍ତି। କିନ୍ତୁ ସେଠାରୁ କେବଳ ନିରାଶ ହୋଇ ଫେରିଛନ୍ତି। ଲୋକଙ୍କ ବିଶ୍ବାସ ପାରସ ପଥରର ରକ୍ଷା ଜିନି କରୁଛି। ପାରସ ପଥର କୁ ନେଇ ଆହୁରି କୁହାଯାଏ, ମଧ୍ୟପ୍ରଦେଶର ଜଣେ ଚାଷୀଙ୍କୁ ମିଳିଥିଲା ଏହି ପାରସ ପଥର। ଘାସ କାଟୁଥିବା ସମୟରେ ସେ ଅନୁଭବ କଲେ ଯେ ତାଙ୍କ କଟୁରୀ ଏକ ପଥରରେ ମାଡ ହେଲା ଏହାପରେ ସେହି କଟୁରୀ ସୁନାରେ ପରିଣତ ହୋଇଗଲା। ଏହାପରେ ସେ ତାକୁ ଘରେ ରଖିଥିଲେ। ଏବଂ ଏହି ପଥରର ରହସ୍ୟ ସମସ୍ତଙ୍କଠୁ ଲୁଚେଇ ରଖିଥିଲେ। ଦିନେ ପାରିବାରିକ କଳହ ସମୟରେ ଚାଷୀଙ୍କ ପୁଅ ରାଗରେ ପାଖରେ ଥିବା ପାରସ ପଥରକୁ ନେଇ ନର୍ମଦା ନଦୀରେ ଫୋପାଡି ଦେଇଥିଲେ। କିନ୍ତୁ ଆଜି ବି କିଛି ଲୋକ ପଥର ରାଇସେନ୍ ଦୁର୍ଗରେ ଅଛି ଭାବି ରାତିରେ ସେଠାକୁ ଯାଆନ୍ତି । ଗୁଣି ଗାରେଡିର ସନ୍ଦେର କରି ପଥରକୁ ଖୋଜିବାର ଚେଷ୍ଟା କରନ୍ତି। ଅନେକ ବିଦେଶୀ ପାରସ ପଥର ପାଇଁ ଭାରତ ଆସିଛନ୍ତି। କିନ୍ତୁ ପଥର ନପାଇ ଖାଲି ହାତରେ ଦେଶକୁ ଫେରିଛନ୍ତି। ପ୍ରତ୍ନତତ୍ତ୍ୱ ବିଭାଗ ଏପର୍ଯ୍ୟନ୍ତ ପଥରର କୌ ଣସି ପ୍ରମାଣ ପାଇନାହିଁ।