ପରିକ୍ରମା ପକ୍ଷରୁ ବର୍ଷା କବିତା ଆସର

ରାଇରଙ୍ଗପୁର(ଏ ଏନ୍ ଏସ)୧୪/୦୮ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ପରିକ୍ରମା ପକ୍ଷରୁ ସ୍ଥାନୀୟ ପି.ସି.ଏମ୍ କଲ୍ଯାଣ ମଣ୍ଡପ ଠାରେ ବର୍ଷା କବିତା ଆସର ଆୟୋଜିତ ହୋଇଯାଇଛି ।କବିତା ଆସରର ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ତଥା ସୁସାହିତ୍ଯିକ ସଚିକାନ୍ତ କର,ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ୍ ଦିଲ୍ଲୀପ କୁମାର ମହାନ୍ତି,ବରିଷ୍ଠ ସାମ୍ବାଦିକ ତଥା ପରିକ୍ରମା ର ଆବାହକ ମନୋଜ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ପରିକ୍ରମା ସଂଯୋଜକ ତଥା ସାରସ୍ବତ ସାଧକ ରଞ୍ଜନ କୁମାର ନନ୍ଦ ଏବଂ କବି ଡଃ ଦିଗମ୍ବରଙ୍କ ସଂଯୋଜନାରେ ପରିଚାଳିତ “ବର୍ଷା କବିତା” ଆସରରେ କବି କବୟତ୍ରୀ ମାନେ ବର୍ଷା ମନସ୍କ ହୋଇ ସ୍ବରଚିତ କବିତା ମାନ ପାଠ କରିଥିଲେ ।ଏହି କବିତା ଆସର ରେ କବି ତିମିର ରଞ୍ଜନ ପଣ୍ଡା,ଜଗନ୍ନାଥ ବଳ,ପ୍ରଦୀପ୍ତ କବି,ସୁରଥ ପଟ୍ଟନାୟକ,ଅଧ୍ଯାପକ ବିଜୟ ରାମ,ଯୋଗେନ୍ଦ୍ର ନାଥ ନନ୍ଦି,ଗୋପାଳକୃଷ୍ଣ ମହାନ୍ତି, ଅଧ୍ଯାପକ ମାନସ କୁମାର ପରିଡା, ସଚିକାନ୍ତ କର,ରଞ୍ଜନ କୁମାର ନନ୍ଦ, ଡଃ ଦିଗମ୍ବର ଗିରି, ଜି.ଏସ୍. ରଜତ ଦଳେଇ,କୌଶିକ କାସ୍ଯପ ମହାନ୍ତି, କବୟତ୍ରୀ ନିରୂପମା କବି,ଡଃ ତନ୍ମୟୀ ରଥ,ଉର୍ମିଲା ପାଣି,ପୁଷ୍ପଲତା ମହାନ୍ତି,ପ୍ରମିଳା ସ୍ବାଇଁ,ଦିପ୍ତୀରେଖା ମହାନ୍ତି,ମମତା ପଣ୍ଡା, ସାବିତ୍ରୀ ମହାନ୍ତ ପ୍ରମୁଖ ବର୍ଷା ଆଧାରିତ କବିତା ମାନ ନିଜସ୍ୱ ଭଙ୍ଗୀରେ ପାଠ କରିଥିଲେ ।ସାହିତ୍ୟ, କବି ଓ କବିତା ସମ୍ପର୍କରେ ଆବାହକ ମନୋଜ ଦାସଙ୍କ ସାରଗର୍ଭକ ଉପସ୍ଥାପନା କବି ଓ କବୟତ୍ରୀ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲାବେଳେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ କର ଭାଷାକୁ ଜୀବନ୍ତ ରଖିବାରେ କବି ଲେଖକ ମାନଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ ।ଉକ୍ତ କବିତା ଆସରରେ ବହୁ ସଂଖ୍ୟାରେ ସାହିତ୍ୟାନୁରାଗୀ ଉପସ୍ଥିତିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରଥିଲେ ।ଶେଷରେ ଶିକ୍ଷାବିତ୍ ଦିଲ୍ଲୀପ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

9 + 2 =