ପରିକ୍ରମା ତରଫରୁ ମେଧା ସମ୍ବର୍ଦ୍ଧନା ସମାରୋହ

ରାଇରଙ୍ଗପୁର (ଏ ଏନ୍ ଏସ)୧୬/୦୮, ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ପରିକ୍ରମା ତରଫରୁ ସ୍ଥାନୀୟ ପି.ସି.ଏମ୍.କଲ୍ଯାଣ ମଣ୍ଡପ ଠାରେ “ମେଧା ସମ୍ବର୍ଦ୍ଧନା” ସମାରୋହ ଅନୁଷ୍ଠିତ ହୋଇଯାଇଛି ।ବରିଷ୍ଠ ସାମ୍ବାଦିକ ତଥା ପରିକ୍ରମା ର ଆବାହକ ମନୋଜ ଦାସ ଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଦ୍ଯୋଗପତି ଜଗଦିଶ ମିଶ୍ରା ,ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ରସାନନ୍ଦ ଲେଙ୍କା, ବିଶିଷ୍ଟ ଶିକ୍ଷାବିତ ହିମାଂଶୁ ଶେଖର ପଟ୍ଟନାୟକ,ରାଇରଙ୍ଗପୁର ମ୍ଯୁନିସିପାଲିଟି ର ଉପାଧ୍ୟକ୍ଷା ମମିତା ଚୌଧୁରୀ, ପରିକ୍ରମା ର ଉପଦେଷ୍ଟା ସମାଜସେବୀ ଈଷାନ୍ ମିଶ୍ର,ସମାଜସେବୀ ସୁବାଷ ମଣ୍ଡଳ ପ୍ରମୁଖ ଯୋଗଦେଇ ଥିଲେ ।ଆବାହକ ମନୋଜ ଦାସଙ୍କ ସ୍ବାଗତ ଭାଷଣ ପ୍ରଦାନ ପରେ ପରିକ୍ରମା ର ସଂଯୋଜକ ରଞ୍ଜନ କୁମାର ନନ୍ଦ ପରିକ୍ରମାର ଆଭିମୁଖ୍ଯ ଉପସ୍ଥାପନ କରିବାସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।ସମସ୍ତ ଅତିଥି ମାନେ ପ୍ରେରଣାଦାୟୀ ବକ୍ତବ୍ଯ ମାଧ୍ୟମରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ ।ଚଳିତ ବର୍ଷ ମ୍ଯାଟ୍ରିକ
ପରୀକ୍ଷାରେ ୯୦ ଶତକଡ଼ା ରୁ ଉର୍ଦ୍ଧ୍ବ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇ ଥିବା ୭୦ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସେମାନଙ୍କ ମଧ୍ୟରେ ଓଡିଶା ଆଦର୍ଶ ବିଦ୍ୟାଳୟ – ଜାମିରଡିହା (ବିଶୋଇ),ସାନମଉଦା(ରାଇରଙ୍ଗପୁର), ପାସନା(ଜାମଦା),ଲୁହାଶିଳା(ବିଜାତଳା),ବଡଡାଳିମା(ତିରିଂ),ସଞ୍ଜୟଦାନପୋଷି(କୁସୁମୀ),ବହଳଦାର ଛାତ୍ର ଛାତ୍ରୀଙ୍କ ସହିତ ରାଇରଙ୍ଗପୁରର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ଲିଟିଲ୍ ଫ୍ଲାୱାର୍ ସ୍କୁଲ , କେରଳା ପବ୍ଲିକ୍ ସ୍କୁଲ୍, କେନ୍ଦ୍ରୀୟ ବିଦ୍ୟାଳୟ ମହୁଲଡିହା,ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବିଶୋଇ,ବହଳଦା ହାଇସ୍କୁଲ , ଗୁହାଳଡାଙ୍ଗିରୀ ହାଇସ୍କୁଲ ,ଗୋଡାପଳସା ହାଇସ୍କୁଲ ଏବଂ ପଣ୍ଡୁପାଣି ଏସ୍ .ଏସ୍ .ଡି ହାଇସ୍କୁଲର ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସମ୍ବର୍ଦ୍ଧନାରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର , ସ୍ମୃତି ଫଳକ ସହ ବାଦାମପାହାଡ ରେଞ୍ଜ ବନବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ବିଭିନ୍ନ ପ୍ରଜାତିର ଚାରାଗଛ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବହୁ ମେଧାବୀ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ, ଅଭିଭାବିକା ଏବଂ ଶିକ୍ଷାପ୍ରେମୀ ଗଣ ଉପସ୍ଥିତ ଥିଲେ । ।କାର୍ଯ୍ୟକ୍ରମ ଶେଷରେ ପରିକ୍ରମାର ବରିଷ୍ଠ ସଦସ୍ୟ ଅଧ୍ଯାପକ ବିଜୟ ରାମ୍ ସମସ୍ତଙ୍କୁ ଧନ୍ଯବାଦ୍ ଅର୍ପଣ କରିଥିଲେ ।ଉକ୍ତ ମେଧା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷାବିତ୍ ଦିଲ୍ଲୀପ ମହାନ୍ତି , ପରିକ୍ରମାର ସଦସ୍ୟ ତିମିର ରଞ୍ଜନପଣ୍ଡା, ଡଃ ଦିଗମ୍ବର ଗିରି,ଖୁଦିରାମ ମହାନ୍ତି , ବସନ୍ତ ଦାସ,ନାଟୁ ଦାସ,ବାବୁ ମହାନ୍ତି ,ଦୁଷ୍ମନ୍ତ ଦାସ,ରବି ଦାସ, କଂଗ୍ରେସ ମହାନ୍ତ ,କ୍ଷତିଶ ମହାନ୍ତ, ଠେଙ୍ଗୁ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

seven − 3 =